ପାକିସ୍ତାନ ସହ ଯୁଦ୍ଧ ବିନା ଶାନ୍ତି ପ୍ରତିଷ୍ଠା ଅସମ୍ଭବ: ଯୋଗ ଗୁରୁ ସ୍ୱାମୀ ରାମଦେବ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଆର୍ଟିକିଲ୍‌ ୩୭୦ ଓ ୩୫ ଏ କୁ ହଟାଇବା ଦାବିକୁ  ସମର୍ଥନ କରିଛନ୍ତି ଯୋଗ ଗୁରୁ ସ୍ୱାମୀ ରାମଦେବ। ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏକ ଦେଶ ପାଇଁ ଗୋଟିଏ ନିୟମ ହେବା ଦରକାର। ରାମଦେବ ପୁଲଓ୍ଵାମା ଆକ୍ରମଣ ପ୍ରସଙ୍ଗରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଜଣେ  ଭୟାଳୁ ବୋଲି ଦର୍ଶାଇଛନ୍ତି। କଶ୍ମିରୀ ଲୋକମାନେ ଅନ୍ୟ ରାଜ୍ୟରେ ନିର୍ବାଚନ ଲଢିପାରିବେ, ମାତ୍ର ଅଣକାଶ୍ମିରୀମାନେ କଶ୍ମୀରରେ ନିର୍ବାଚନ ଲଢି ପାରିବେ ନାହିଁ। ଏହି ମାମଲାରେ ସାରା ଦେଶକୁ ସଂଗଠିତ କରାଯିବା ଦରକାର। ଏଠାରେ ସୂଚନାଯୋଗ୍ୟଯେ ସର୍ବୋଚ୍ଚ ନ୍ୟାୟାଳୟରେ ଧାରା ୩୫ ଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ୍‌ କରାଯାଇ ଆବେଦନ କରାଯାଇଛି।

ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ ଗତ ୫୦ ବର୍ଷ ମଧ୍ୟରେ ଭାରତ ପ୍ରାୟ ୫୦ ହଜାର ସୈନିକଙ୍କୁ ହରାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ସହ ଯୁଦ୍ଧ ହିଁ ଏକମାତ୍ର ଜବାବ୍‌ ଓ ଏହା ବିନା ଶାନ୍ତି ପ୍ରତିଷ୍ଠା ଅସମ୍ଭବ।

 

ସମ୍ବନ୍ଧିତ ଖବର