ଯୋଗୀ ଆଦିତ୍ୟ ନାଥ ଓ ଅମିତ ଶାହଙ୍କୁ ମେଲ୍‌ରେ ହତ୍ୟା ଧମକ

ମୁମ୍ବାଇ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଇ-ମେଲ୍‌ରେ ହତ୍ୟା ଧମକ ଦିଆଯାଇଛି। ସଂପୃକ୍ତ ଇ-ମେଲ୍‌ର ପୁଙ୍ଖାନୁପୁଂଖ ଅନୁସନ୍ଧାନ ପାଇଁ ତାହାକୁ ମଙ୍ଗଳବାର ସକାଳେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ(ସିଆର୍‌ପିଏଫ୍‌)ର ମୁମ୍ବାଇ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ସୂଚନାନୁଯାୟୀ, ଉକ୍ତ ଇ-ମେଲ୍‌ରେ ଦେଶର ବିଭିନ୍ନ ଉପାସନାସ୍ଥଳୀ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାପନାଗୁଡ଼ିକ ଉପରେ ଆକ୍ରମଣ କରାଯିବ ବୋଲି ଧମକ ଦିଆଯାଇଛି। ସେହିପରି ଆତ୍ମଘାତୀ ମାନବ ବୋମା ଦ୍ବାରା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ଗୃହମନ୍ତ୍ରୀ ଶ୍ରୀ ଶାହଙ୍କୁ ଉଡ଼ାଇ ଦିଆଯିବ ବୋଲି ମଧ୍ୟ ଧମକ ଦିଆଯାଇଛି।

ସମ୍ବନ୍ଧିତ ଖବର