ବଦଳିଛି ଉତ୍ତରପ୍ରଦେଶର ପରିଚୟ, ସାଢେ ଚାରି ବର୍ଷ ମଧ୍ୟରେ ହୋଇନି ଗୋଟିଏ ବି ଦଙ୍ଗା: ଯୋଗୀ ଆଦିତ୍ୟନାଥ

ଲଖନଉ: ଯୋଗୀ ସରକାର ଉତ୍ତରପ୍ରଦେଶରେ ସାଢେ ଚାରି ବର୍ଷ ପୂରଣ କରିଛନ୍ତି। ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ତେଣୁ ଯୋଗୀ ସରକାର ନିଜର ରିପୋର୍ଟ କାର୍ଡ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ଆଜି ଲଖନଉରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାମ୍ବାଦିକ ସମ୍ମିଳନୀ କରି ସାଢେ ଚାରି ବର୍ଷର ସରକାରଙ୍କ ସଫଳତାକୁ ଜନସାଧାରଣଙ୍କ ଆଗରେ ବଖାଣିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଆଜି ଆମ ସରକାର ସାଢେ ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରୁଛନ୍ତି।

ଉତ୍ତରପ୍ରଦେଶରେ ସୁରକ୍ଷା ଏବଂ ଉତ୍ତମ ଶାସନ କ୍ଷେତ୍ରରେ ଆମ ସରକାର ଅନେକ କାର୍ଯ୍ୟ କରିଛନ୍ତି। ଦେଶ ତଥା ବିଶ୍ୱରେ ଉତ୍ତରପ୍ରଦେଶର ପରିଚୟ ବଦଳିଛି | ପୂର୍ବରୁ ଉତ୍ତରପ୍ରଦେଶ ଇତିହାସରେ ମାଫିଆମାନେ ଶାସନ ବା ସରକାରଙ୍କ ନିକଟତର ଥିଲେ |

୨୦୧୨ରୁ ୨୦୧୭ ମଧ୍ୟରେ ପ୍ରତି ତୃତୀୟ ଏବଂ ଚତୁର୍ଥ ଦିନରେ ଦଙ୍ଗା ହେଉଥିଲା, କିନ୍ତୁ ଆମ ସରକାରରେ ଗୋଟିଏ ବି ଦଙ୍ଗା ହୋଇନାହିଁ । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଉତ୍ତରପ୍ରଦେଶରେ ଝିଅମାନେ ଏବେ ଶୀଘ୍ର ନ୍ୟାୟ ପାଉଛନ୍ତି । ୨୧୮ଟି ନୂତନ ଫାଷ୍ଟ ଟ୍ରାକ୍ କୋର୍ଟ, ୮୧ଟି ମାଜିଷ୍ଟ୍ରେଟ୍ ସ୍ତରୀୟ କୋର୍ଟ ଏବଂ ୮୨ଟି ଅପର ସେସନ କୋର୍ଟ ଗଠନ କରାଯାଇଛି | ଆଉ ଏଥିପାଇଁ ନୂତନ ଉତ୍ତରପ୍ରଦେଶରେ ଝିଅମାନେ ଶୀଘ୍ର ନ୍ୟାୟ ପାଇବା ରାସ୍ତା ସହଜ ହୋଇଯାଇଛି।

ସମ୍ବନ୍ଧିତ ଖବର