ଯୋଗୀ ଆଦିତ୍ୟ ନାଥଙ୍କ ବିରୋଧରେ ଥିବା ୨୦ ହଜାର ମାମଲା ପ୍ରତ୍ୟାହାର କରାଯିବ !

ନୂଆଦିଲ୍ଲୀ: ୧୯୯୫ ମସିହାରେ ଖୋଦ୍‌ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟମାନଙ୍କ ବିରୋଧରେ ଦାଏର କରାଯାଇଥିବା ମାମଲାକୁ ପ୍ରତ୍ୟାହାର କରି ନେବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଦେଶ ଦେଇଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ବିଜେପି ବିଧାୟକ, ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ନିଷେଧାଜ୍ଞା ବେଖାତିର କରିଥିବା ମାମଲା ରୁଜୁ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଳ, ବିଜେପି ବିଧାୟକ ଶୀତଳ ପାଣ୍ଡେ ଏବଂ ଅନ୍ୟ ୧୨ ଜଣ ୧୯୯୫ ମସିହା ମେ ୨୭ ତାରିଖ ଦିନ ନିଷେଧାଦେଶ ଅମାନ୍ୟ କରି ସଭା କରିଥିଲେ।

ଏଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ୫ ଥର ଗୋରଖପୁରରୁ ବିଜୟୀ ହୋଇଥିଲେ। ଏବେ ସେ ରାଜ୍ୟ ବିଧାନ ପରିଷଦର ଜଣେ ସଦସ୍ୟ।

Image Courtesy of The Indian Express

ଯୋଗୀଙ୍କ ବିରୋଧରେ ଥିବା ମାମଲାକୁ ହଟାଇ ଦେବା ପାଇଁ ଡିସେମ୍ବର ୨୧ ତାରିଖ ଦିନ ସରକାର ଆଦେଶ ଦେଇଥିଲେ। ଯୋଗକୁ ସେହି ଦିନ ହିଁ ‘ଉତ୍ତର ପ୍ରଦେଶ କ୍ରିମିନାଲ୍‌ ଲ’ ବିଲ୍‌ ୨୦୧୭’ ରାଜ୍ୟ ବିଧାନସଭାରେ ଆଗତ କରାଯାଇଥିଲା।

ବିଲ୍‌ ଆଗତ ହେବା ପୂର୍ବରୁ ଯୋଗୀ ବିଧାନସଭାରେ କହିଥିଲେ ଯେ ଧାରଣା ପ୍ରଦର୍ଶନ ଏବଂ ପ୍ରତିବାଦ ପ୍ରଦର୍ଶନ ଯୋଗୁଁ ତାଙ୍କ ବିରୋଧରେ ରାଜ୍ୟବ୍ୟାପୀ ୨୦ ହଜାର ରାଜନୈତିକ ଅଭିସନ୍ଧିମୂଳକ ମାମଲା ରୁଜୁ କରାଯାଇଛି। ‘ଉତ୍ତର ପ୍ରଦେଶ କ୍ରିମିନାଲ୍‌ ଲ’ ବିଲ୍‌ ୨୦୧୭’ ସଂଶୋଧନ ଯୋଗୁଁ ଏହି ମାମଲା ଖାରଜ ହୋଇଯିବ।

ସମ୍ବନ୍ଧିତ ଖବର