ଅଚାନକ ଦିଲ୍ଲୀ ଗସ୍ତରେ ଗଲେ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ 

ନୂଆଦିଲ୍ଲୀ: ଆଜି ଅଚାନକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଗସ୍ତରେ ଯାଇଛନ୍ତି | ରାଜ୍ୟ ବିଜେପି ସଂଗଠନର ପରିବର୍ତ୍ତନ ତଥା ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ପାଇଁ ଆଦିତ୍ୟନାଥଙ୍କ ଦିଲ୍ଲୀ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ଆଜି ଯୋଗୀ ଲଖନଉରୁ ଗାଜିଆବାଦ ଯାଇ ପହଂଚିଛନ୍ତି | ସେଠାରୁ ସେ ଦିଲ୍ଲୀ ଅଭିମୁଖେ ସଡକପଥରେ ଯିବେ | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅପରାହ୍ନ ୪ଟାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର ସମ୍ଭାବନା ରହିଛି।

ଯୋଗୀଙ୍କ ଏହି ଗସ୍ତ ପରେ ଏବେ ଉତ୍ତରପ୍ରଦେଶରେ ରାଜନୈତିକ ଆଲୋଚନା ବଢ଼ିବାରେ ଲାଗିଛି | ଯୋଗୀ ଆଦିତ୍ୟନାଥ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଗାଜିଆବାଦ ଏବଂ ନୋଏଡାର ବିଜେପି ନେତାଙ୍କୁ ଭେଟିବେ। ଏହା ପରେ ସେ ବିଜେପିର ଜାତୀୟ ସଂଗଠନର ନେତାମାନଙ୍କୁ ଭେଟିବେ। ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି |

କୁହାଯାଉଛି ଯେ ଉତ୍ତରପ୍ରଦେଶ ସରକାର ଏବଂ ସଂଗଠନରେ କି ପ୍ରକାର ପରିବର୍ତ୍ତନ ଘଟିବ ତାହା ବାବଦରେ ଆଲୋଚନା କରିପାରନ୍ତି । ସେହିପରି ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କେଉଁ ପ୍ରସଙ୍ଗରେ ଲଢେଇ କରାଯିବ ସେ ବାବଦରେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି |

ସମ୍ବନ୍ଧିତ ଖବର