ପ୍ରୟାଗରାଜ: ଝାଡୁ କଲେ ମୁଖ୍ୟମନ୍ତ୍ରୀ । ମହାକୁମ୍ଭ ସରିବା ପରେ ପ୍ରୟାଗରାଜ ଘାଟରେ ଝାଡୁ ଧରି ସଫେଇ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିଜ ମନ୍ତ୍ରିମଣ୍ଡଳ ସହ ଅରେଲ ଘାଟରେ ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇ ଘାଟ ସଫା କରିବା ସହ ପାଣିରେ ପଡିଥିବା ଅଳିଆ ଏବଂ କପଡା ସବୁ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ।
आदरणीय प्रधानमंत्री श्री @narendramodi जी के मार्गदर्शन एवं प्रतिबद्ध स्वच्छता दूतों की सतत सेवा से स्वच्छ एवं सुव्यवस्थित महाकुम्भ-2025 प्रयागराज की परिकल्पना सिद्ध हुई है।
— Yogi Adityanath (@myogiadityanath) February 27, 2025
आज प्रयागराज के अरैल घाट पर स्वच्छता अभियान में अपने मंत्रिमंडल के माननीय सदस्यों के साथ सहभाग किया।… pic.twitter.com/JsO9YOAeWu
ମହାକୁମ୍ଭ ପରେ ନଦୀ ଏବଂ ଘାଟର ସଫେଇକୁ ଗୁରୁତ୍ବ ଦେଇଛନ୍ତି ଯୋଗୀ ଏବଂ ମହାକୁମ୍ଭ ସଫଳତା ପଛରେ ଯେଉଁମାନଙ୍କ ପରିଶ୍ରମ, ତ୍ୟାଗ ରହିଛି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଆଉ ନୂଆ ଭାରତରେ ନୂଆ ୟୁପିର ପ୍ରେରଣା ମହାକୁମ୍ଭ ଦେଲା ବୋଲି କହିଛନ୍ତି ।
#WATCH | Uttar Pradesh CM Yogi Adityanath, Deputy CMs Brajesh Pathak, KP Maurya and other ministers of the cabinet participated in a cleanliness drive at Arail Ghat in Prayagraj. pic.twitter.com/VtvlJaemQc
— ANI (@ANI) February 27, 2025
ତେବେ ପ୍ରୟାଗରାଜରେ ଆଜି ମାଆ ଗଙ୍ଗାଙ୍କ ପୂଜାର୍ଚ୍ଚନା ବି କରିଛନ୍ତି ଯୋଗୀ । ଗତକାଲି ମହାକୁମ୍ଭ ସରିଥିବା ବେଳେ ଆଜି ବି ଅନେକ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ଅନ୍ୟପଟେ ଏହାକୁ ଲକ୍ଷ୍ୟ କରି କଂଗ୍ରେସ ଯୋଗୀ ସରକାରଙ୍କୁ ମହାକୁମ୍ଭର ସମୟ ବଢାଇବାକୁ ଦାବି କରିଛନ୍ତି ।