ହାଇଦ୍ରାବାଦ: ଆଜି ହାଇଦ୍ରାବାଦର ଚାର୍ମୀନାରରେ ଥିବା ଶ୍ରୀଭାଗ୍ୟଲକ୍ଷ୍ମୀ ମନ୍ଦିରରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂଜାଅର୍ଚ୍ଚନା କରିଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିଲିଜ୍ କରିଥିବା ଏକ ଭିଡିଓରେ ଦେଖାଯାଉଛି, ଦଳର ଅନ୍ୟାନ୍ୟ କର୍ମୀ ଏବଂ ସହଯୋଗୀଙ୍କ ସହ ଆଦିତ୍ୟନାଥ ଆରତି ଏବଂ ଅନ୍ୟାନ୍ୟ ପୂଜାବିଧି କରୁଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଭାଗ ନେବା ଲାଗି ଶନିବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଇଦ୍ରାବାଦରେ ପହଞ୍ଚିଥିଲେ। ତେଲେଙ୍ଗାନାରେ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ରଣନୀତି ପ୍ରସ୍ତୁତି କରିବା ଲାଗି ଗତକାଲି ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା।
Image Courtesy of Siasat.comଗତକାଲି ହାଇଦ୍ରାବାଦ ଯିବା ପୂର୍ବରୁ ଆଦିତ୍ୟନାଥ ଟୁଇଟ୍ କରି ଲେଖିଥିଲେ, ସନାତନ ସଂସ୍କୃତିର ଅନେକ ପବିତ୍ର ସ୍ମୃତି ସଶ୍ରଦ୍ଧ ସ୍ମରଣ କରିବା ସହ ହାଇଦ୍ରାବାଦରେ ଚାଲିଥିବା ‘ବିଜେପି’ର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଲାଗି ଲକ୍ଷ୍ନୌରୁ ବାହାରିଲି।
ଟୁଇଟ୍ କରି ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟୁଇଟ୍ କରି ଲେଖିଥିଲେ, ୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ନିଶ୍ଚୟ ପଦ୍ମ ଫୁଟିବ।
ଏହି ବୈଠକରେ ଯୋଗ ଦେବାକୁ ତେଲେଙ୍ଗାନା ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଜି ପରେଡ୍ ଗ୍ରାଉଣ୍ଡ୍ରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେବେ। ଏହି ସାଧାରଣସଭାରେ ୩୫,୦୦୦ ଜନତା ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।
କୋଭିଡ୍-୧୯ କାରଣରୁ ଅନ୍ୟୂନ ୨ ବର୍ଷ ପରେ ହାଇଦ୍ରାବାଦରେ ଏହି କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Yogi.jpg)