ନାମାଙ୍କନ ପୂର୍ବରୁ ଯଜ୍ଞ କଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପହଞ୍ଚିଲେ ଅମିତ ଶାହ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତେବେ ନାମାଙ୍କନ ପୂର୍ବରୁ ସେ ଯଜ୍ଞ କରି ଭଗବାନଙ୍କ ଆର୍ଶୀବାଦ ନେଇଥିବା ଜଣାପଡ଼ିଛି। ଗୋରଖପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ଯୋଗୀ ଆଦିତ୍ୟନାଥ ଆଜି ନାମାଙ୍କନ କରୁଥିବା ବେଳେ ତାଙ୍କୁ ସମର୍ଥନ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ୟୁପିରେ ପହଞ୍ଚିଥିବା ଜଣାପଡ଼ିଛି। ଯଜ୍ଞ ଶେଷ କରି ଯୋଗୀ ଆଦିତ୍ୟନାଥ ବିମାନବନ୍ଦରରୁ ଶାହଙ୍କୁ ନେଇ ନାମାଙ୍କନ କରିବାକୁ ଯିବେ‌ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ୟୁପିରେ ଥିବା ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ପୁରା ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିବା ପୂର୍ବରୁ ଆଦିତ୍ୟନାଥ ଗୋରଖପୁରର ଲୋକସଭା ସାଂସଦ ଥିଲେ, ଯେଉଁଥିରେ ସେ ୫ଥର ଜିତିଥିଲେ। ତେବେ ଆଜି ନାମାଙ୍କନ ସମୟରେ ଶାହାଙ୍କ ବ୍ୟତୀତ ଉତ୍ତରପ୍ରଦେଶ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂ ଏବଂ ନିଶଦ ପାର୍ଟି ମୁଖ୍ୟ ସଞ୍ଜୟ ନିଶଦ ମଧ୍ୟ ତାଙ୍କ ସହ ରହିବେ ବୋଲି ଜଣାପଡ଼ିଛି

ସମ୍ବନ୍ଧିତ ଖବର