‘ରାମ ନାମ ସତ୍ୟ ହେ’ ପାଇଁ ୪ ଜଣ ଆବଶ୍ୟକ, କଂଗ୍ରେସରେ ଅଛନ୍ତି ମାତ୍ର ୨: ଯୋଗୀ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୧୯ଟି ଜିଲ୍ଲାର ୮୯ଟି ଆସନରେ ମତଦାନ ଡିସେମ୍ବର ୧ରେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନର୍ମଦା ଆସନରେ ସର୍ବାଧିକ ମତଦାନ ୭୮.୨୪% ଥିବାବେଳେ ବୋଟାଡ ଅଞ୍ଚଳରେ ସର୍ବନିମ୍ନ ଭୋଟ ହାର ୫୭.୫୮% ଥିଲା। ତେବେ ବର୍ତ୍ତମାନ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟରେ ୯୩ଟି ବିଧାନସଭା ଆସନ ଉପରେ ଭୋଟ୍ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ରାଜ୍ୟରେ ୯୩ଟି ଆସନ ପାଇଁ ମୋଟ ୮୩୩ ଜଣ ପ୍ରାର୍ଥୀ ଅଛନ୍ତି। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାବେଳେ ବିଜେପି-କଂଗ୍ରେସ ଓ ଆପ ମଧ୍ୟରେ ଜୋରଦାର ବୟାନ ଯୁଦ୍ଧ ଦେଖିବାକୁ ମିଳିଛି | ଆଉ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁଜୁରାଟର ଖେଡାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ)କୁ ଟାର୍ଗେଟ କରିଛନ୍ତି।

ଏଥି ସହ ସେ ବିଜେପିକୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖେଡାର ମହୁଡାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ଉତ୍ତରପ୍ରଦେଶର ୪୦୩ଟି ଆସନ ମଧ୍ୟରୁ କଂଗ୍ରେସ ମାତ୍ର ୨ଟି ଆସନ ପାଇଛି। ଏପରିକି ‘ରାମ ନାମ ସତ୍ୟ ହେ’ ପାଇଁ ମଧ୍ୟ ୪ ଜଣ ଲୋକଙ୍କର ଆବଶ୍ୟକ ହୋଇଥାଏ | କିନ୍ତୁ କଂଗ୍ରେସକୁ ୪ଟି ଆସନ ଅଧ୍ୟା ମିଳିନାହିଁ | ଏପରିକି ଆମ୍ ଆଦମୀ ପାର୍ଟି ଗୋଟିଏ ବି ଆସନ ପାଇ ନାହିଁ। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ମୋଦୀ ସରକାର କେନ୍ଦ୍ରକୁ ଆସିବା ପରେ ଆମେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଛୁ। ବର୍ତ୍ତମାନ ଆମେ ଜି -୨୦ରେ ଅଧ୍ୟକ୍ଷତା କରୁଥିବାବେଳେ ରାମ ମନ୍ଦିର ପାଞ୍ଚଶହ ବର୍ଷ ପର୍ଯ୍ୟନ୍ତ ନିର୍ମାଣ ହୋଇପାରୁନଥିଲା | କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏହା କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ବୁଲଡୋଜର କେବଳ ରାସ୍ତା ନିର୍ମାଣ ନୁହେଁ ଆତଙ୍କବାଦକୁ ମଧ୍ୟ ଶେଷ କରୁଛି।

ସମ୍ବନ୍ଧିତ ଖବର