ଉତ୍ତର ପ୍ରଦେଶରେ ଭାଜପା ଆଗାମୀ ଲୋକସଭା ନିର୍ବାଚନରେ ୭୫ଟି  ଆସନରେ ଜିତିବ : ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ଆମେଠି ଓ ଆଜମଗଡ଼ ସମେତ ରାଜ୍ୟର ୭୫ଟି ଆସନରେ ବିଜୟୀ ହେବ।  ସେ କହିଛନ୍ତି ଆମେଠିରୁ ସୋନିଆ ଗାନ୍ଧୀ ଓ ଆଜମଗଡରୁ ସମାଜବାଦୀ ପାର୍ଟିର ମୁଲାୟମୀ ସିଂହ ଯାଦବ ଜିତିଥିଲେ ଗତ ନିର୍ବାଚନରେ । ଏଥର ଆଜମଗଡରୁ ମୁଲାୟମଙ୍କ ବଦଳରେ ଅଖିଳେଶ ସିଂହ ଯାଦବ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି।

ଯୋଗୀ ଆଦିତ୍ୟନାଥଙ୍କ କହିବା ଅନୁଯାୟୀ ଗତ ଥର ଉତ୍ତର ପ୍ରଦେଶର ଭାଜପା ୭୩ଟି ଆସନରୁ  ବିଜୟୀ ହୋଇଥିଲା, ମାତ୍ର ଏଥର ୭୫ଟି  ଆସନରେ ଜିତିବ। ‘ହିନ୍ଦୁସ୍ତାନ’ ସମ୍ବାଦପତ୍ରର ଏକ ଲାଇଭ୍‌ ଚାଟ୍‌ରରେ ଏକଥା କହିଛନ୍ତି ଯୋଗୀ ଆଦିତ୍ୟନାଥ।

ଏହି ଅବସରରେ ଯୋଗୀ ଆଦିତ୍ୟନାଥ ଆହୁରି ମଧ୍ୟ କହିଛନ୍ତି ଯେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଏକ ଧାର୍ମିକ ଭାବନା ଉପରେ କେନ୍ଦ୍ରିତ। ଏସ ଆଇ ଆଗରୁ ପ୍ରମାଣ ଦେଇସାରିଛି ଯେ ଅଯୋଧ୍ୟା ହେଉଛି ଭଗବାନ୍‌ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମସ୍ଥଳୀ। ଏହି ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର ହୋଇଯିବ ବୋଲି ସେ ଆଶାବାଦୀ।

ସମ୍ବନ୍ଧିତ ଖବର