ନୂଆଦିଲ୍ଲୀ: : ସମାଜବାଦୀର ପାର୍ଟି ନେତା ଆଜମ ଖାନଙ୍କ ସଂପର୍କରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କେବଳ ଏହିଭଳି ଲୋକଙ୍କପାଇଁ ତାଙ୍କ ସରକାର ଆଣ୍ଟି ରୋମିଓ ସ୍କ୍ଵାଡ୍ ଗଠନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜମ ଖାନଙ୍କ ବୟାନ୍ ସମାଜବାଦୀ ପାର୍ଟିର ମନୋଭାବକୁ ସ୍ପଷ୍ଟ କରୁଛି। ଖାଲି ସେତିକି ନୁହେଁ ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ମୁହଁ ନ ଖୋଲିବା ଅତି ଲଜ୍ଜାକର ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଠିକ୍ ସେହିପରି ବିଏସ୍ ପି ମୁଖ୍ୟ ମାୟାବତୀ ଜଣେ ମହିଳା ହୋଇ ବି ଏହି ମାମଲାରେ ନୀରବତା ଅବଲମ୍ବନ କରିବା ଦର୍ଶାଉଛି ଯେ ଏମାନେ କ୍ଷମତାପାଇଁ କିଛି ବି କରିପାରନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଜୟପ୍ରଦାଙ୍କୁ ଆକ୍ଷେପ କରି ସମାଜବାଦୀର ପାର୍ଟି ନେତା ଆଜମ ଖାନ କହିଥିଲେ, “ଯାହାଙ୍କୁ ଆମେ ଆଙ୍ଗୁଳି ଧରି ରାମପୁର ଆଣିଲୁ, ଆପଣମାନେ ଯାହାଙ୍କୁ ୧୦ ବର୍ଷ ପ୍ରତିନିଧିତ୍ୱ କରାଇଲେ, ତାଙ୍କୁ ଆପଣମାନଙ୍କୁ ଚିହ୍ନିବାକୁ ୧୭ ବର୍ଷ ଲାଗିଗଲା । ମୁଁ ମାତ୍ର ୧୭ ଦିନ ଭିତରେ ଚିହ୍ନି ନେଇଥିଲି , ତାଙ୍କ ଅଣ୍ଡରୱେରର ରଙ୍ଗ ଖାକି ।”
#Jayaprada जी के ऊपर घटिया और अशोभनीय टिप्पणी #AzamKhan की सोच और व्यक्तित्व को दिखाता है। इस पर @yadavakhilesh जी की चुप्पी शर्मनाक है ही, पर स्वयं एक महिला होते हुए @Mayawati जी का मौन बताता है कि सत्ता के लिए ये लोग कुछ भी करने और सहने को तैयार है।
Shame!
— Chowkidar Yogi Adityanath (@myogiadityanath) April 15, 2019
ଜୟପ୍ରଦା ଆଜମ ଖାନଙ୍କ ବିରୋଧରେ ରାମପୁରର ଶାହବାଦ ଥାନାରେ ଏତଲା ଦେଇଛନ୍ତି । ଆଜମଙ୍କୁ ମହିଳା ଆୟୋଗଙ୍କ ତରଫରୁ ନୋଟିସ ପଠାଯାଇଛି। ଅନ୍ୟ ପକ୍ଷରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।ସୁଷମା ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କୁ ଟ୍ୱିଟ କରି କହିଛନ୍ତି, ‘ମୁଲାୟମ ଭାଇ ଆପଣ ସମାଜବାଦୀ ପାର୍ଟିର ଭୀଷ୍ମ ପିତାମହ । ରାମପୁରରେ ଦୌପଦ୍ରୀଙ୍କ ବସ୍ତ୍ରହରଣ ହେଉଛି, ଆପଣ ଭୀଷ୍ମ ପିତାମହ ହୋଇ ମୌନ ରହିବାର ତ୍ରୁଟି କରନ୍ତୁ ନାହିଁ। ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/yogi-adityanath-and-azam-kh-1555311558.jpg)