ଯୋଗୀଙ୍କ ଭାଷଣରୁ ସହିଦ ପରିବାରଙ୍କୁ ସହାୟତା ଘୋଷଣାର ପାରାଗ୍ରାଫ ଗାଏବ ହୋଇଯାଇଥିଲା, ଯାଞ୍ଚ ଆଦେଶ

ଲକ୍ଷ୍ମୌ: ଲକ୍ଷ୍ମୌରେ ଅକ୍ଟୋବର ୨୧ରେ ପୁଲିସ ସ୍ମୃତି ଦିବସ ପାଳନ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଲିସ ଲାଇନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗୀ ଯେଉଁ ଭାଷଣ ଦେଇଥିଲେ ତାହାକୁ ନେଇ ଏକ ବଡ଼ ବିବାଦ ଛିଡ଼ା ହୋଇଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଲିସ ସ୍ମୃତି ଦିବସ ଅବସରରେ ଯେଉଁ ଭାଷଣ ଦେଇଥିଲେ ସେହି ଭାଷଣରୁ ଦୁଇ ପାରାଗ୍ରାଫ ହଜି ଯାଇଥିଲା। ଏହି ଘଟଣା କିପରି, କାହିଁକି ଘଟିଲା କିମ୍ବା ଏହାକୁ କିଏ ଜାଣିଶୁଣି କିମ୍ବା ଭୁଲବଶତଃ ଏପରି ଘଟିଛି ସେ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଞ୍ଚ ଆଦେଶ ଦେଇଛନ୍ତି। ଭାଷଣରୁ ଯେଉଁ ଦୁଇଟି ପାରାଗ୍ରାଫ ଗାଏବ ହୋଇଥିଲା ସେଥିରେ ପୁଲିସ ସିପାହୀଙ୍କ ପାଇଁ ଭତ୍ତା ଓ ସହିଦ ପରିବାର ପାଇଁ ଆର୍ଥକ ସହାୟତା ବୃଦ୍ଧି କରିବା ଭଳି ମହତ୍ତ୍ୱପୂର୍ଣ୍ଣ ଘୋଷଣାମାନ ଥିଲା। ତେବେ ଦୁଇ ପାରାଗ୍ରାଫ ଗାଏବ ହେବା କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ଯୋଗୀ କରିପାରି ନଥିଲେ। ପରେ ପ୍ରେସ ରିଲିଜ ଜାରି କରିବା ପରେ ଏହାର ପ୍ରଚାର କରାଯାଇଥିଲା। ସରକାର ସହିଦ ପରିବାରକୁ ଦିଆଯାଇଥିବା ସହାୟତାକୁ ୨୦ଲକ୍ଷରୁ ବୃଦ୍ଧିକରି ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି।

 

ସେହିପରି ସରକାର ଯେଉଁ ବଡ଼ ଘୋଷଣା କରିପାରି ନଥିଲେ , ସେଥିମଧ୍ୟରେ ଥିଲା ସହିଦଙ୍କ ପିତା-ମାତାଙ୍କୁ ୫-୫ଲକ୍ଷ ସହାୟତା ରାଶି, ପୁଲିସ ସିପାହୀକୁ ପୌଷ୍ଟିକ ଖାଦ୍ୟ ପାଇଁ ୨୦୦ଟଙ୍କା ଭତ୍ତା ଆଧାରରେ ପ୍ରଦାନ।

ସମ୍ବନ୍ଧିତ ଖବର