ଲକ୍ଷ୍ମୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟରୁ କିଛିଦିନ ପାଇଁ ବିରତି ନେଇଥିଲେ। ଏହି ବିରତି ସେ ବିଶ୍ରାମ ନେବା ପାଇଁ ନୁହେଁ, ବରଂ ନବରାତ୍ରିରେ ବିଶେଷ ପୂଜାର୍ଚ୍ଚନା କରିବା ପାଇଁ ନେଇଥିଲେ। ଯୋଗୀ ଗୋରଖପୁରରେ ବାବା ଗୋରଖନାଥ ମନ୍ଦିରରେ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ପୂଜାରୀ ଭୂମିକା ନିଭାଇବାର ଦେଖିବାକୁ ମିଳିଥିଲା।
/sambad/media/post_attachments/wp-content/uploads/2017/10/89-300x191.jpg)
ମଙ୍ଗଳବାରରୁ ଯୋଗୀ ନିଜ ଜନ୍ମସ୍ଥାନ ଓ ଲୋକସଭା କ୍ଷେତ୍ରରେ ରହି ନବରାତ୍ରିର ବିଶେଷ ପୂଜାର୍ଚ୍ଚନା କରିଥିଲେ। ବୁଧବାର ସନ୍ଧ୍ୟାରେ ଯୋଗୀ ହୋମ ସହିତ କାଳରାତ୍ରି ପୂଜା, ଗୁରୁବାର ମହାଗୌରୀ ପୂଜନ ଓ ଶୁକ୍ରବାର ମନ୍ଦିର ପରିସରରେ ମା’ ଦୁର୍ଗାଙ୍କର ୩ଟାରୁ ୭ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିଥିଲେ।
ପୁରାତନ ପରମ୍ପରା ଅନୁଯାୟୀ ମହନ୍ତ ଭାବେ ଯୋଗୀ ରାମଲୀଳା ପଡ଼ିଆ ପର୍ଯ୍ୟନ୍ତ ଶୋଭାଯାତ୍ରାର ନେତୃତ୍ୱ ମଧ୍ୟ ନେଇଥିଲେ। ମନ୍ଦିରର ପୂଜା ଓ ହୋମ ସହିତ ୧୦ଦିବସୀୟ ଉତ୍ସବର ସମସ୍ତ କାର୍ଯ୍ୟକ୍ରମରେ ଯୋଗୀ ନିଜକୁ ସାମିଲ କରାଇଥିଲେ। ଅନୁଗାମୀ ଓ ସମର୍ଥକଙ୍କ ସହ ପୂଜାରୀ କର୍ତ୍ତବ୍ୟ ସହିତ ଯୋଗୀ ସଚିବ ଅଜୟ ସିଂହଙ୍କ ମାଧ୍ୟମରେ ସେ ନିଜର ମନ୍ତ୍ରୀ ଓ ପ୍ରଶାସନଙ୍କ କଥା ମଧ୍ୟ ବୁଝିଥିଲେ।
ସରକାରୀ ଅଧିକାରୀଙ୍କ ମୁତାବକ, ପୂଜାରୀ ଭାବେ ପୂଜାର୍ଚ୍ଚନା କରିବା ସହିତ ଯୋଗୀ ପ୍ରଶାସନିକ କର୍ତ୍ତବ୍ୟରେ ହେଳା କରିନାହାନ୍ତି। ସେ ସମୟ ବହାର କରି ଶୀର୍ଷ ଅଧିକାରୀଙ୍କ ସହିତ ନିୟମିତ କଥାବର୍ତ୍ତା ଜାରି ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/0.jpg)