ଲକ୍ଷ୍ନୌ: ଅଖିଳେଶଙ୍କ ଉପରେ ବର୍ଷିଲେ ଯୋଗୀ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଖିଳେଶ ଯାଦବଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ । ମହାକୁମ୍ଭ ସମ୍ପର୍କରେ ଅଖିଳେଶ ଯାଦବଙ୍କ ଦ୍ୱାରା ଦିଆଯାଇଥିବା ସାମ୍ପ୍ରତିକ ବୟାନ ଉପରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ,ଏମାନେ ନକାରାତ୍ମକ ଚିନ୍ତାଧାରାର ପ୍ରଚାର ପ୍ରସାର କରୁଥିବା ଲୋକ । ମହାକୁମ୍ଭକୁ ସାରା ଦେଶ ଆସୁଛି ଏବଂ ୨୯ ଦିନରେ ଏଯାଏଁ ୪୫ କୋଟି ଭକ୍ତ ବୁଡ ପକାଇ ସାରିଛନ୍ତି । ୪୫ କୋଟି ଶ୍ରଦ୍ଧାଳୁ ଆସିଲେ ବୁଡ ପକାଇ ଗଲେ ଏହାଠାରୁ ବଡ କଥା ଆଉ କଣ ହୋଇପାରେ କିନ୍ତୁ ଏହାକୁ ନେଇ ମଧ୍ୟ ଗୁଜବ ପ୍ରଚାର କରାଯାଉଛି ।
ଯୋଗୀ ଆହୁରି ମଧ୍ୟ କହିଛନ୍ତି, ସେହି ଲୋକମାନେ ଏହାକୁ ନକରାତ୍ମକ ଦିଗରେ କହୁଛନ୍ତି ଯେଉଁମାନେ ସାରା ଜୀବନ ସରକାରଙ୍କ ଠାରୁ VVIP ସୁବିଧାର ଉପଭୋଗ କରିଆସୁଛନ୍ତି । କେବଳ ଏତିକି ନୁହେଁ,ସେ ତାଙ୍କର ଆଗାମୀ ପିଢ଼ି ପାଇଁ ମଧ୍ୟ ରାସ୍ତା ଖୋଲିବାକୁ ପ୍ରୟାସ କରିଛନ୍ତି । ଯାହା ଦ୍ଵାରା ସେମାନଙ୍କର ଭବିଷ୍ୟତ ପିଢ଼ି ମଧ୍ୟ ଏହି VVIP ସୁବିଧାର ଉପଭୋଗ କରିପାରିବେ । ଏମାନେ ସେହି ଲୋକ ଯେଉଁମାନେ ସର୍ବଦା ନକାରାତ୍ମକତା ସୃଷ୍ଟି କରି ଓ ମିଥ୍ୟା ପ୍ରଚାର ପ୍ରସାର କରି ଭାରତ ଏବଂ ସନାତନ ଧର୍ମ ବିରୁଦ୍ଧରେ ଠିଆ ହୁଅନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)