ଯାହାର ଦମ ଥିବ ସିଏ ମଥୁରାରେ ମନ୍ଦିର ଗଢିବ, ଭଗବାନ ଜାଣିଛନ୍ତି କିଏ କ’ଣ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୀତି ସରଗରମ ହୋଇ ଉଠିଛି । ରାଜନୈତିକ ବୟାନବାଜି ଭିତରେ ଉଠୁଛି ପଡୁଛି ଉତ୍ତରପ୍ରଦେଶ । ଶାସକ-ବିରୋଧୀଙ୍କ ବାକ୍ୟ ବାଣ ସଂକେତ ଦେଉଛି ଯେ, ଏଥର ଆଉ ଏକପାଖିଆ ହେବନି ଉତ୍ତରପ୍ରଦେଶ ନିର୍ବାଚନ । ଘମାଘୋଟ ଲଢେଇ ହେବ, କିଏ ବାଜି ଜିତିବ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ ହେବ । ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ଯାହାର ଦମ ଥିବ ସିଏ ମଥୁରାରେ ମନ୍ଦିର ଗଢିବ । ବିଜେପି ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କଲା, କାଶୀ ବିଶ୍ୱନାଥ ପୀଠର ନବକଳେବର ହେଲା, ମଥୁରାରେ ବ୍ରଜ ତୀର୍ଥ ବିକାଶ କ୍ଷେତ୍ରର ଗଠନ କରାଗଲା ।

ଏହାସହ ଯୋଗୀ ଆଦିତ୍ୟନାଥ କହିଛନ୍ତି, ବିଜେପି ସରକାର ସମୟରେ ଗୋଟିଏ ଦଙ୍ଗା ଦେଖିବାକୁ ମିଳିନାହିଁ । ଉତ୍ତରପ୍ରଦେଶରେ ସମସ୍ତେ ସୁରକ୍ଷିତ । ଏହାଛଡା ହିନ୍ଦୁତ୍ୱ କେବେ କଠୋରବାଦୀ ନୁହଁନ୍ତି । ଏହା ଆମ ପାଇଁ ଗୌରବର ବିଷୟ । ଆମେ ସବୁବେଳେ ବିକାଶର ପ୍ରତିଶ୍ରୁତି ଦେଉଛୁ ଏବଂ ଏହାକୁ ପାଳନ ମଧ୍ୟ କରୁଛୁ । ଉତ୍ତରପ୍ରଦେଶରେ ଆମ ସରକାର ଗୁଣ୍ଡାରାଜ ଶେଷ କରିଛି । ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରୋଡ ରୋମିଓଙ୍କୁ ସାବାଡ କରିବା ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ।

Uttar Pradesh: Yogi Adityanath govt to give smartphones, tablets to one crore UP youths | Lucknow News - Times of India
timesofindia.indiatimes.com
କେବଳ ଏତିକି ନୁହେଁ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିବା ସହ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଖିଳେଶ ୪୦୦ରୁ ଅଧିକ ଆସନରେ ଜିତିବା ଦାବି କରି ସ୍ୱପ୍ନ ଦେଖୁଛନ୍ତି । ଆଉ ସ୍ୱପ୍ନ ଦେଖିବା କିଛି ଖରାପ କଥା ନୁହେଁ । କିନ୍ତୁ ଯେତେବେଳେ ତାଙ୍କୁ ସୁଯୋଗ ମିଳିଥିଲା ସେତେବେଳେ ସିଏ କଣ କରିଥିଲେ ତାହା ସମସ୍ତଙ୍କୁ ଜଣା । ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସ କ୍ଷମତାର ଦୁରୁପଯୋଗ କରିଛନ୍ତି । ଉତ୍ତରପ୍ରଦେଶର ବିକାଶ ପାଇଁ ଏମାନେ କୌଣସି କାମ କରିନାହାନ୍ତି । ଏବେ ଏମାନେ ରାମ ଓ କୃଷ୍ଣଙ୍କ ଶରଣରେ ପଶୁଛନ୍ତି । କିନ୍ତୁ ଭଗବାନ ବି ଜାଣିଛନ୍ତି କିଏ କେଉଁଭଳି ଚରିତ୍ରର? କିଛି ଏଭଳି କହି ବିରୋଧୀଙ୍କୁ ବାଣ ମାରିବା ସହ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ଯୋଗୀ ଆଦିତ୍ୟନାଥ ।
ସମ୍ବନ୍ଧିତ ଖବର