ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଜଣେ ଗଣମାଧ୍ୟମ ପ୍ରତିନିଧି ପଚାରିଥିବା ଏକ ପ୍ରଶ୍ନର ଉତ୍ତର ରଖି ମୋଦୀ ଚିଲମ ଫୁଙ୍କୁଥିବା କଥା କହିଥିଲେ ଅଖିଳେଶ, ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇ ଯାଇଛି ।
#WATCH Samajwadi Party (SP) President, Akhilesh Yadav in Gonda says, "Mukhyamantri ji ne (UP CM Yogi Adityanath) aur unke kuchh adhikariyo ne Pradhan Mantri ji ko bhi chillam sikha diya....Jo log humein keh rahe hain tonti-tonti, vahi hain chillam wale" pic.twitter.com/4rVeAwAWxU
— ANI UP (@ANINewsUP) May 4, 2019
ସୂଚନା ମୁତାବକ, ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ଜନସଭାକୁ ସମ୍ବୋଧନ କରି ମୋଦୀ ଅଖିଳେଶ ଏବଂ ମାୟାବତୀଙ୍କୁ ସମାଲୋଚନା କରିଥିଲେ । କିଛି ଲୋକ ମୋତେ ତଳେ ପକାଇବା ବା ହରାଇବାର ଷଡ଼ଯନ୍ତ୍ର କରି ନିଜେ ତଳେ ପଡ଼ି ଯାଇଛନ୍ତି ବୋଲି କହିଥିଲେ ମୋଦୀ । ଏହା ପରେ ମୋଦୀଙ୍କ ଏଭଳି ବୟାନକୁ କଟାକ୍ଷ କରି, ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ଅଧିକାରୀମାନେ ମୋଦୀଜୀଙ୍କୁ ଚିଲମ ଫୁଙ୍କିବା ଶିଖାଇ ଦେଇଛନ୍ତି ଓ ଏଥି ପାଇଁ ସେ ନିଶାରେ ଥିବା ଭଳି କଥାବାର୍ତ୍ତା କରୁଛନ୍ତି ବୋଲି ଅଖିଳେଶ କରିଛନ୍ତି ।