ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିସକାଳ ୬ ଟା ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେ ନାହିଁ।। ଏହି ସମୟ ମଧ୍ୟରେ ଯୋଗୀ କୌଣସି ପ୍ରକାର ପ୍ରଚାର କାର୍ଯ୍ୟକ୍ରମ ଯଥା ରାଲି, ରୋଡ୍ସୋ, ସାକ୍ଷାତକାର, ଗଣମାଧ୍ୟମରେ ନିଜର ମତ ରଖିପାରିବେନି କି ସୋସିଆଲ ମିଡିଆରେ ମଧ୍ୟ କୌଣସି ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ। ଏପ୍ରିଲ୍ ୧୯ ସକାଳ ୬ଟା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରଚାରରୁ ଦୂରେଇ ରହିବେ।
Chief Minister Yogi Adityanath offers prayers at Hanuman Setu temple in Lucknow. pic.twitter.com/LuLReDDU5R
— ANI UP (@ANINewsUP) 16 April 2019
ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପାଇବାପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସକାଳ ୯ଟା ସମୟରେ ଲକ୍ଷ୍ନୌର ପ୍ରସିଦ୍ଧ ହନୁମାନ ସେତୁ ମନ୍ଦିରରେ ହନୁମାନ ଚାଳିସା ପାଠ କରିଥିଲେ। ସେଠାରେ ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ବି ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ମାତ୍ର କୌଣସି କାରଣରୁ ସେ ସେଠାରେ ପହଞ୍ଚି ପାରି ନଥିଲେ। ତେବେ ଯୋଗୀ ଆଦିତ୍ୟନାଥ ୧୫ ମିନିଟ ଭିତରେ ହନୁମାନ ଚାଳିସା ପାଠ ସାରି ମନ୍ଦିରରୁ ଫେରିଥିଲେ। ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରେ ନିଜର ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି।