ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଆକ୍ସନ ମୋଡ୍ରେ ଅଛନ୍ତି। ବେଆଇନ ଭାବେ ଅଧିକାରୀ ପଦକୁ ପଦୋନ୍ନତି ପାଇଥିବା ୪ ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ମୂଳ ପଦବିକୁ ନେଇ ଆସିଛନ୍ତି। ସୂଚନା ଅନୁଯାୟୀ, ବରେଲି, ଫିରୋଜବାଦ, ମଥୁରା ଏବଂ ଭାଦୋହି ଜିଲ୍ଲାର ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀଙ୍କୁ ପିଅନ, ୱାଚମ୍ୟାନ, ସିନେମା ଅପରେଟର ତଥା କମ୍ୟୁନିକେସନ ଆସିଷ୍ଟାଣ୍ଟ ପଦବିକୁ ଖସାଇ ଦେଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ବରେଲିର ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀଙ୍କୁ ପିଅନ, ଫିରୋଜପୁରର ଅଧିକାରୀଙ୍କୁ ୱାଚମ୍ୟାନ ଏବଂ ମଥୁରା ଓ ଭଦୋହିର ଅତିରିକ୍ତ ସୂଚନା ଅଧିକାରୀ ଦ୍ବୟଙ୍କୁ ସିନେମା ଅପରେଟର ତଥା କମ୍ୟୁନିକେନ୍ସ ଆସିଷ୍ଟାଣ୍ଟ ପଦକୁ ଖସାଇ ଦିଆଯାଇଛି। ଅଧିକାରୀମାନଙ୍କୁ ପିଅନ ପଦବିକୁ ଖସାଇ ଦିଆଯିବା ଚର୍ଚ୍ଚାର ବିଷୟ ପାଲଟିଛି।
ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଫିସରଙ୍କୁ ପିଅନ ପଦକୁ ଖସାଇଲେ
/sambad/media/post_attachments/wp-content/uploads/2020/10/yogi-ji-up.jpg)