ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ରାସ୍ତାକୁ ମାଡ଼ିଥିବା ସମସ୍ତ ଧର୍ମସ୍ଥଳୀ ଉଚ୍ଛେଦ କରାଯିବ

ଲକ୍ଷ୍ନୌ: ସମଗ୍ର ରାଜ୍ୟରେ ରାସ୍ତାକୁ ମାଡ଼ି ନିର୍ମାଣ ହୋଇଥିବା ସମସ୍ତ ବେଆଇନ ଧର୍ମସ୍ଥଳୀଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ ସରକାର ଗୁରୁବାର ଦିନ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ରାସ୍ତାକୁ ମାଡ଼ି ରହିଥିବା ସମସ୍ତ ଧର୍ମପୀଠଗୁଡ଼ିକୁ ଉଚ୍ଛେଦ କରିବା ଲାଗି ଗୁରୁବାର ଦିନ ଉତ୍ତର ପ୍ରଦେଶ ଗୃହ ବିଭାଗ ଜିଲ୍ଲାପାଳ ଓ କମିସନର୍‌ମାନଙ୍କୁ ନିର୍ଦେଶ ଦେଇ ଏକ ଆଦେଶନାମା ଜାରି କରିଛି।

ରାଜ୍ୟ ସରକାରଙ୍କ ତରଫରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବନୀଶ ଅଓ୍ଵସ୍ଥି ଏ ସଂକ୍ରାନ୍ତରେ ସମସ୍ତ କମିସନର୍‌ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ପତ୍ର ଲେଖିଛନ୍ତି।

Image Courtesy of The Bharat Express News

ପତ୍ରରେ ଅଓ୍ଵସ୍ଥି ନିର୍ଦେଶ ଦେଇଛନ୍ତି ଯେ, ବେଆଇନ ଭାବେ ନିର୍ମିତ ସମସ୍ତ ଧର୍ମପୀଠ ସମେତ ରାସ୍ତାକୁ ମାଡ଼ି ରହିଥିବା ସମସ୍ତ ଧାର୍ମସ୍ଥଳୀଗୁଡ଼ିକୁ ଉଚ୍ଛେଦ କରାଯିବା ଉଚିତ।

ଆଦେଶନାମା ଜାରି ହେବା ପରେ କେତେ ଧର୍ମପୀଠ ଉଚ୍ଛେଦ ହୋଇଛି ତା’ର ଏକ ରିପୋର୍ଟ ମାର୍ଚ ୧୪ ତାରିଖ ସୁଦ୍ଧା ଦାଖଲ କରିବା ଲାଗି କମିସନର୍‌ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ସରକାର କହିଛନ୍ତି।

ସମ୍ବନ୍ଧିତ ଖବର