ଏକ ନୂଆ ଭାରତ ଗଠନ କରିବାକୁ ଆମେ ବାହାରିପଡିଲୁ

ନୂଆଦିଲ୍ଲୀ: ୫୬ତମ ଡିଜିପି-ଆଇଜିପି ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଲଖନଉ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ତେବେ ଯୋଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଫଟୋ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କାନ୍ଧରେ ହାତ ପକାଇଥିବାର ନଜର ଆସିଛି | ଏହି ସମୟରେ ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଥିବାର ଅନୁମାନ କରାଯାଉଛି ।

ପ୍ରଧାନମନ୍ତ୍ରୀ ରାଜଭବନର କରିଡରରେ ଯୋଗୀଙ୍କ କାନ୍ଧରେ ହାତ ପକାଇ ଆଲୋଚନା କରୁଥିବା ନଜର ଆସିଛନ୍ତି। ଆଉ ଯୋଗୀ ଆଦିତ୍ୟନାଥ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ଆମ ଶରୀର ଏବଂ ମନକୁ ଉତ୍ସର୍ଗ କରି ଆମେ ଶପଥ ନେଇ ବାହାରିଛୁ, ସୂର୍ଯ୍ୟ ଉଦୟ କରିବାର ଜିଦ ନେଇ ଆକାଶଠାରୁ ଉଚ୍ଚକୁ ଯାଇ ଏକ ନୂତନ ଭାରତ ଗଠନ କରିବୁ’ ।


ସୂଚନା ମୁତାବକ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିପି ମୁଖ୍ୟାଳୟରେ ପହଞ୍ଚିଥିଲେ | ସେଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବରିଷ୍ଠ ପୁଲିସ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ସମ୍ମିଳନୀ ହଲରେ ପହଞ୍ଚିଥିଲେ ଓ ଡିଜିପି ଏବଂ ଆଇଜିପି ସମ୍ମିଳନୀର ଦ୍ୱିତୀୟ ଦିନରେ ସମସ୍ତ ଅଧିବେଶନରେ ଭାଗ ନେଇଥିଲେ |

ସମ୍ବନ୍ଧିତ ଖବର