ଲକ୍ଷ୍ନୌ : ଦୀପାବଳିରେ ମହିଳାମାନଙ୍କ ପାଇଁ ହୋଲି ଉପହାର ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସନ୍ତା ବର୍ଷ ମାର୍ଚ୍ଚ ମାସ ହୋଲି ଉତ୍ସବ ସମୟରେ ଉତ୍ତରପ୍ରଦେଶ ସରକାର ମହିଳାମାନଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ପ୍ରଦାନ କରିବେ । ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ଥିବାବେଳେ ଯୋଗୀଙ୍କ ଏହି ଘୋଷଣା ମହିଳାମାନଙ୍କୁ ଆକର୍ଷିତ କରିବାର ସମ୍ଭାବନା ରହିଛି ।
ଆସନ୍ତା ବର୍ଷ ମାର୍ଚ୍ଚରେ ହୋଲି ଅବସରରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ରାଜ୍ୟ ସରକାର ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି। ଏଥିପାଇଁ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହ ଲିଙ୍କ କରିବାକୁ ପଡିବ ।
होली के अवसर पर भी हम फरवरी-मार्च में फ्री रसोई गैस सिलेंडर उपलब्ध करवाने का काम करेंगे... pic.twitter.com/uWsCPSqOcG
— Yogi Adityanath (@myogiadityanath) November 10, 2023
ଏଥିପାଇଁ ଉତ୍ତରପ୍ରଦେଶ ସରକାର ପ୍ରାୟ ୨୩୧୨ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି, ବିଧାନସଭା ନିର୍ବାଚନ-୨୦୨୨ ସମୟରେ 'ଲୋକ କଲ୍ୟାଣ ସଂକଳ୍ପ ପତ୍ର'ରେ କରାଯାଇଥିବା ଆଉ ଏକ ଘୋଷଣାକୁ ଆମ ସରକାର ପୂରଣ କରୁଛନ୍ତି। ୨୦୧୪ ପୂର୍ବରୁ ଲୋକଙ୍କୁ ଗ୍ୟାସ୍ ସଂଯୋଗ ମିଳୁନଥିଲା। ସଂଯୋଗ ଉପଲବ୍ଧ ଥିଲେ ମଧ୍ୟ ସିଲିଣ୍ଡର ପାଇବା ପାଇଁ ସେମାନଙ୍କୁ ଠିଆ ହେବାକୁ ପଡ଼ିଥିଲା। ଗରିବ ଲୋକମାନେ ଗ୍ୟାସ୍ ସଂଯୋଗ ପାଇବା କଥା ଭାବି ପାରୁ ନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଜ୍ଜଳା ଯୋଜନା ଲୋକଙ୍କ ଏହି ସମସ୍ୟାକୁ ଦୂର କରିଛି ।