ଉତ୍ତର ପ୍ରଦେଶରେ ନୂଆ ମଦ୍‌ରସା ପ୍ରତି ଅନୁଦାନ ବନ୍ଦ ପ୍ରସ୍ତାବକୁ ଗ୍ରହଣ କଲା ଯୋଗୀ କ୍ୟାବିନେଟ୍‌

ଲକ୍ଷ୍ନୌ: ଅନୁଦାନ ତାଲିକାରୁ ନୂଆ ମଦ୍‌ରସାଗୁଡ଼ିକୁ ବାଦ ଦେବା ନିମନ୍ତେ ଆଗତ ପ୍ରସ୍ତାବକୁ ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଛନ୍ତି।

ଏବେଠାରୁ ନୂଆ ମଦ୍‌ରସା ସବୁ କୌଣସି ଅନୁଦାନ ପାଇବେ ନାହିଁ ବୋଲି ଅଖିଳେଶ ଯାଦବ ସରକାରଙ୍କ ନୀତିର ଅବସାନ ଘଟାଇ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ନିଷ୍ପତ୍ତି ଗ୍ରହଣ କରିଛି।

Image Courtesy of India Today

ରାଜ୍ୟରେ ପଞ୍ଜିକୃତ କରାଯାଇଥିବା ପ୍ରାୟ ୧୬୦୦୦ ମଦ୍‌ରସାରୁ ସମୁଦାୟ ୫୫୮ଟିକୁ ଅନୁଦାନ ମଞ୍ଜୁର କରି ଗତ ବଜେଟ୍‌ରେ ଉତ୍ତର ପ୍ରଦେଶ ସରକାର ମଦ୍‌ରସା ଆଧୁନିକିକରଣ ଯୋଜନାରେ ୪୭୯ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ।

Image Courtesy of Flipboard

କ୍ଲାସ ଆରମ୍ଭ ପୂର୍ବରୁ ରାଜ୍ୟରେ ଥିବା ସମସ୍ତ ମଦ୍‌ରସାର ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଜାତୀୟ ସଙ୍ଗୀତ ଗାନକୁ ସରକାର ବାଧ୍ୟତାମୂଳକ କରିବାର ସପ୍ତାହକ ମଧ୍ୟରେ ନୂଆ ମଦ୍‌ରସାଗୁଡ଼ିକୁ ଅନୁଦାନ ବନ୍ଦ କରିବା ନିଷ୍ପତ୍ତି ଘୋଷଣା କରାଯାଇଛି। ଜାତୀୟ ସଙ୍ଗୀତ ଗାନ ଆଦେଶ ମେ ୧୨ ତାରିଖ ଦିନ ଲାଗୁ କରାଯାଇଥିଲା।

ଉତ୍ତର ପ୍ରଦେଶର ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ୍‌ ଆଜାଦ୍‌ ଅନ୍‌ସାରି ଏହି ଆଦେଶ ଦେଇଥିଲେ। ମାର୍ଚ ୨୪ ତାରିଖରେ ଆୟୋଜିତ ହୋଇଥିବା ‘ୟୁ.ପି. ମଦ୍‌ରସା ଏଡୁକେସନ୍‌ ବୋର୍ଡ’ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର