ଆଗ୍ରା: ସପ୍ତଦଶ ଶତାବ୍ଦୀର ମୋଗଲ ସ୍ମାରକୀ ତାଜମହଲକୁ ନେଇ ତର୍କବିତର୍କ ଜାରି ରହିଥିବା ବେଳେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସେଠାକୁ ପରିଦର୍ଶନରେ ଯାଇ ଝାଡ଼ୁ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସ୍ୱଚ୍ଛ ଭାରତ ମିସନ୍‌କୁ ଗୁରୁତ୍ୱ ଦେଇ ସେ ତାଜମହଲ ସଂଲଗ୍ନ ବାହାର ରାସ୍ତାରେ ୫୦୦ ଦଳୀୟ କର୍ମୀଙ୍କୁ ଧରି ସଫେଇ କରିବା ସହ ତାଜମହଲ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଛନ୍ତି। ତାଜମହଲରୁ ଆଗ୍ରା ଦୁର୍ଗକୁ ସଂଯୋଗ କରୁଥିବା ଏକ ପର୍ଯ୍ୟଟନ ମାର୍ଗର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତାଜମହଲର ବିକାଶ ପାଇଁ ଏବଂ ସହରରେ ପର୍ଯ୍ୟଟନକୁ ଅଧିକ ସମୃଦ୍ଧ କରିବାପାଇଁ ରାଜ୍ୟ ସରକାର ୩୭୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଯୋଗୀ ପୂର୍ବରୁ ଘୋଷଣା କରି ସାରିଛନ୍ତି।

Advertisment

ଏହି ଅବସରରେ ଆଦିତ୍ୟନାଥ ଆଗ୍ରା ପାଇଁ ତାଙ୍କ ସରକାର ଆରମ୍ଭ କରିଥିବା ବିଭିନ୍ନ ବିକାଶମୂକଳ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିବା ସହ ପୂର୍ବ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ସହରରେ ଏକ ସମାବେଶରେ ଉଦ୍‌ବୋଧନ ଦେଇ ଜାତିବାଦୀ ଏବଂ ସାମ୍ପ୍ରଦାୟିକ ବ୍ୟକ୍ତମାନେ ହିଁ ତାଙ୍କ ଆଗ୍ରା ଗସ୍ତକୁ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି। ସେହିି ବିଭାଜନକାରୀଙ୍କ ଦ୍ୱାରା ରାଜ୍ୟରେ ବିକାଶ ପଥଭ୍ରଷ୍ଟ ହେଉଛି ବୋଲି ସେ ଆକ୍ଷେପ କରିଛନ୍ତି। କେତେକ ବିଜେପି ନେତା ତାଜମହଲର ଐତିହ୍ୟ ଏବଂ ଦେଶର ଇତିହାସରେ ଏହାର ସ୍ଥାନକୁ ନେଇ ପ୍ରଶ୍ନ ଉଠାଇବାରୁ ରାଜନୀତିକ କନ୍ଦଳ ଘନେଇଥିବା ବେଳେ ଯୋଗୀ ଆଜି ତାଜମହଲ ଗସ୍ତ କରି ପରିସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିଛନ୍ତି। ତାଜମହଲ ଭାରତୀୟ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁନି ବୋଲି କ୍ଷମତାକୁ ଆସିବା ପୂର୍ବରୁ ବିବାଦୀୟ ବୟାନ ଦେଇଥିବା ଯୋଗୀ ପରେ ତାହା ଭାରତୀୟ ଶ୍ରମିକଙ୍କ ଲୁହ ଓ ଲହୁରେ ନିର୍ମାଣ ହୋଇଛି ବୋଲି କହିବା ସହ ଏହାର ସୁରକ୍ଷା ଏବଂ ସଂରକ୍ଷଣ ଦାୟିତ୍ୱ ଆମ ସମସ୍ତଙ୍କର