ଘରେ ବସି କାମ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନାଭାଇରସ ସଂକ୍ରମଣକୁ ନେଇ ଆଲୋଚନା ହେବା ପରେ ବିଭିନ୍ନ ପ୍ରକାର ନିଷ୍ପତ୍ତି ନିଆଯାଇଛି।

ସରକାରୀ କାର୍ଯ୍ୟାଳୟରେ ଭିଡ଼କୁ କମ୍‌ କରିବା ପାଇଁ କର୍ମଚାରୀଙ୍କୁ ଘରେ ବସି କାମ କରିବା ପାଇଁ କୁହାଯାଇଛି। ଏଥିସହିତ ଉତ୍ତରପ୍ରଦେଶ ସରକାର କରୋନାର ମାଗଣା ଚିକିତ୍ସା କରାଯିବା ନେଇ ଘୋଷଣା କରିଛନ୍ତି। ଏଥିପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହା ବ୍ୟତୀତ ଉତ୍ତରପ୍ରଦେଶରେ ସମସ୍ତ ପରୀକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏଥିସହିତ ସ୍କୁଲ-କଲେଜ ଓ ସିନେମା ହଲକୁ ବି ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Image result for yogi-government-big-decision-on-corona-virus
Business Today

ବୈଠକରେ ମୁଖ୍ୟମନ୍ତ୍ରୀ କରୋନାଭାଇରସ୍‌ ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ଆଡଭାଇଜରିକୁ ୧୦୦ପ୍ରତିଶତ ପାଳନ କରିବେ ବୋଲି କହିଛନ୍ତି। ଏଥିସହିତ ରାଜ୍ୟବାସୀଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ କହିଛନ୍ତି। ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଲୋକମାନଙ୍କୁ ଜାଗୃତ କରାଯାଉଛି। କରୋନାଭାଇରସ୍‌ ସଂକ୍ରମଣ, ଉପଚାର ସହିତ କ’ଣ କରିବା ଉଚିତ, କ’ଣ ନକରିବା ଉଚିତ ଆଦିର ସୂଚନା ପୋଷ୍ଟରରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର