ଏଣିକି ଗୁରୁତର ଅପରାଧରେ ମିଳିବ ନାହିଁ ଆଗୁଆ ଜାମିନ, ନିୟମ ସଂଶୋଧନ କଲେ ଯୋଗୀ ସରକାର

ଲଖନଉ: ଏଣିକି ଶିଶୁ ଓ ମହିଳାଙ୍କ ଉପରେ ଯୌନ ନିର୍ଯାତନା ସମେତ ଗୁରୁତର ଅପରାଧରେ ଅଭିଯୁକ୍ତ ଅପରାଧୀମାନେ ଆଉ ଉତ୍ତରପ୍ରଦେଶର କୋର୍ଟରୁ ଆଗୁଆ ଜାମିନ ପାଇବେ ନାହିଁ। ଯୋଗୀ ଆଦିତ୍ୟନାଥ ସରକାର ଏ ସଂକ୍ରାନ୍ତୀୟ ଏକ ବିଲରେ ସଂଶୋଧନ କରିଛନ୍ତି। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଯୌନ ନିର୍ଯାତନା, ଗ୍ୟାଙ୍ଗଷ୍ଟର ଆକ୍ଟ, ନାର୍କୋଟିକ୍ ଡ୍ରଗ୍ସ ଏବଂ ଏନଡିପିଏସ୍ ଆକ୍ଟ, ଅଫିସିଆଲ୍ ସିକ୍ରେଟ୍ ଆକ୍ଟର ଅଭିଯୁକ୍ତମାନଙ୍କୁ କୋର୍ଟରୁ ଆଗୁଆ ଜାମିନ ପାଇବାକୁ ଅନୁମତି ଦେବ ନାହିଁ। ପ୍ରସ୍ତାବ ଅନୁଯାୟୀ, ଏହି ସଂଶୋଧନର ଉଦ୍ଦେଶ୍ୟ ହେଉଛି ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ନିର୍ଯାତନା ସହ ଜଡିତ ଅପରାଧ କରୁଥିବା ବ୍ୟକ୍ତିଙ୍କୁ ଜାମିନ ପାଇବାକୁ ରୋକିବା ପାଇଁ ସିଆରପିସିର ଧାରା ୪୩୮ ସଂଶୋଧନ କରାଯାଇଛି। ଯାହାଦ୍ୱାରା ଆଗୁଆ ଜାମିନ ପାଇ ଯେଭଳି ଅଭିଯୁକ୍ତ ପ୍ରମାଣ ନଷ୍ଟ ସହ ପୀଡିତାଙ୍କୁ ଭୟଭୀତ କରିପାରିବେ ନାହିଁ | ଉଲ୍ଲେଖନୀୟ ବିଷୟ ହେଉଛି, ଏନସିଆରବି ରିପୋର୍ଟ ୨୦୨୧ର ତଥ୍ୟ ମୁତାବକ ଦେଶର ଅଧିକାଂଶ ଅପରାଧ ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବାଧିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଏନସିଆରବି ତଥ୍ୟ ଅନୁଯାୟୀ, ୨୦୧୯ ତୁଳନାରେ ୨୦୨୧ ମସିହାରେ ଉତ୍ତରପ୍ରଦେଶରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ଯଥାକ୍ରମେ ୬.୨ ପ୍ରତିଶତ ଏବଂ ୧୧.୧୧ ପ୍ରତିଶତ ହ୍ରାସ ପାଇଛି। ୨୦୧୯ ମସିହାରେ ରାଜ୍ୟରେ ମହିଳାଙ୍କ ବିରୋଧରେ ୫୯,୮୫୩ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା ଯାହା ୨୦୨୧ ମସିହାରେ ୫୬,୦୮୩ କୁ ଖସି ଆସିଥିଲା। ସେହିଭଳି, ୨୦୧୯ରେ ୧୮,୯୪୩ ଶିଶୁଙ୍କ ବିରୋଧରେ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା, ଯାହା ୨୦୨୧ରେ ୧୬,୮୩୮ କୁ ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର