ଫୈଜାବାଦ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କ୍ୟାଣ୍ଟ୍ କଲେ ଯୋଗୀ ସରକାର

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଯୋଧ୍ୟାର ଫୈଜାବାଦ ଷ୍ଟେସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କାଣ୍ଟ କରିଛନ୍ତି । ଖୁବଶୀଘ୍ର ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ତିନିବର୍ଷ ତଳେ ଯୋଗୀ ସରକାର ଫୈଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରି ଆଯୋଧ୍ୟା ରଖିଥିଲେ ।

ଆଗକୁ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ଥିବାରୁ, ତାହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ରାଜ୍ୟରେ ଯୋଗୀ ସରକାର ଆସିବା ପରେ ବିଭିନ୍ନ ସହର ଓ ଜିଲ୍ଲାର ନାମ ପାରମ୍ପରିକ ହିନ୍ଦୁ ନାମକୁ ପରିବର୍ତ୍ତନ କରୁଛନ୍ତି । ତିନିବର୍ଷ ପୂର୍ବେ ଅର୍ଥାତ ୨୦୧୮ ଅକ୍ଟୋବରରେ ରାଜ୍ୟର ୨ୟ ଗୁରୁତ୍ବପୂର୍ଣ୍ଣ ସହର ଆଲ୍ଲାହାବାଦର ନାମ ପରିବର୍ତ୍ତନ କରି ପ୍ରାଚୀନ କାଳରେ ପ୍ରଚଳିତ ନାମ ପ୍ରୟାଗରାଜ ରଖାଯାଇଥିଲା । ଜୁନ ୨୦୧୮ରେ ରାଜ୍ୟର ଏକ ପ୍ରମୁଖ ରେଳ ଜଙ୍କସନ ମୋଗରସରାଇର ନାମ ପରିବର୍ତ୍ତନ କରି ଆରଏସଏସ ନେତା ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଥିଲା ।

ଗତ ସପ୍ତାହରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବେସିଙ୍କ ଉତ୍ତରପ୍ରଦେଶ ପୂର୍ବରୁ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଯେଉଁ ପୋଷ୍ଟର ମରାଯାଇଥିଲା ସେଥିରେ ଫୈଜାବାଦ ବୋଲି ଉଲ୍ଲେଖ ଥିଲା । ଏହାକୁ ନେଇ ରାଜ୍ୟର ସାଧୁସନ୍ୟାସୀମାନେ ପ୍ରବଳ ବିରୋଧ କରିବା ପରେ ପୋଷ୍ଟର ହଟାଇବାକୁ ପୁଲିସ ପକ୍ଷରୁ ଦଳକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର