ମେ ୨ ପରେ ଜୀବନର ଭିକ୍ଷା ମାଗିବେ ଟିଏମସିର ଗୁଣ୍ଡା: ଯୋଗୀ ଆଦିତ୍ୟନାଥ

ମାଲଦା: ମେ ୨ ପରେ ଜୀବନ ପାଇଁ ଭିକ ମାଗିବେ ତୃଣମୂଳ କଂଗ୍ରେସର ଗୁଣ୍ଡା | ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏଭଳି କହିଛନ୍ତି | ପଶ୍ଚିମବଙ୍ଗର ମାଲଦାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ଯୋଗୀ କହିଛନ୍ତି ଯେ ମାସକ ମଧ୍ୟରେ ପଶ୍ଚିମବଙ୍ଗରେ ପରିବର୍ତ୍ତନର ଝଲକ ଦେଖିବାକୁ ମିଳିବ | ମେ ୨ ତାରିଖ ପରେ ତୃଣମୂଳ କଂଗ୍ରେସର ଗୁଣ୍ଡା ନିଜ ଜୀବନର ଭିକ ମାଗୁଥିବାର ଦେଖିବାକୁ ମିଳିବ |

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ,’ଭାରତକୁ ନେତୃତ୍ୱ ଦେଉଥିବା ପଶ୍ଚିମବଙ୍ଗର ଅବସ୍ଥା ଆଜି ଶୋଚନୀୟ ହୋଇଥିବାବେଳେ ପଶ୍ଚିମବଙ୍ଗରେ ଶାସନ କରୁଥିବା ଦଳ ଆଜି ଅପରାଧ ଓ ଆତଙ୍କବାଦକୁ ପ୍ରୋତ୍ସାହିତ କରି ଦେଶର ସୁରକ୍ଷାକୁ କଡା ଚେତାବନୀ ଦେଉଛି | ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ଉପରେ କଟକଣା ଲଗାଯାଉଥିବାବେଳେ ଇଦରେ ଗୋହତ୍ୟା କରାଯାଉଛି |

ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ନାରାକୁ ରୋକାଯାଉଥିବାବେଳେ ଅଯୋଧ୍ୟାରେ ମଧ୍ୟ ଦିନେ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଯାଇଥିଲା | ଆଉ ଏହା ପରର ଅବସ୍ଥା ଆମେ ସମସ୍ତେ ଦେଖିଛେ | ଯିଏ ରାମଙ୍କୁ ବିରୋଧ କରୁଛନ୍ତି , ତାଙ୍କର ପଶ୍ଚିମବଙ୍ଗରେ କିଛି ଆବଶ୍ୟକ ନାହିଁ ବୋଲି ଯୋଗୀ କହିଛନ୍ତି | ସେହିପରି ଯୋଗୀ କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ ବିଜେପି ନେତୃତ୍ୱାଧୀନ ସରକାର ହୁଏ, ତେବେ ୨୪ ଘଣ୍ଟା ମଧ୍ୟରେ ଗୋହତ୍ୟାକୁ ବନ୍ଦ କରିଦିଆଯିବ | ଏଠାକାର ସରକାର ମହରମକୁ ଅନୁମତି ଦେଉଥିବାବେଳେ ଦୁର୍ଗା ପୂଜା ଉପରେ ରୋକ ଲଗାଉଛନ୍ତି |

ସମ୍ବନ୍ଧିତ ଖବର