ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏବେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଶରୀରରେ ରକ୍ତ ଶର୍କରା ସ୍ତର ବଢ଼ିଯିବାରୁ ସେ ଗତ ରବିବାର ରାତିରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ରାମ ମନୋହର ଲୋହିଆ ମେଡିକାଲ୍ରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ନିକଟରେ ସରିଥିବା ଲୋକସଭା ନିର୍ବାଚନରେ ସପା ଆଦୌ ଭଲ ପ୍ରଦର୍ଶନ କରିନଥିଲା। ମୁଲାୟମ ଏବଂ ଅଖିଳେଶ ସେମାନଙ୍କ ଆସନରୁ ଜିତିଥିଲେ ମଧ୍ୟ ବୋହୂ ଡିମ୍ପଲ ଯାଦବ କନୌଜ ଆସନରେ ହାରି ଯାଇଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଲାୟମଙ୍କୁ ତାଙ୍କ ବାସଭବନରେ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଅସୁସ୍ଥ ମୁଲାୟମ୍ଙ୍କୁ ଭେଟିଲେ ଯୋଗୀ
/sambad/media/post_attachments/wp-content/uploads/2019/06/Untitled-12-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)