ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ରବିବାର (ନଭେମ୍ବର ୩, ୨୦୨୪) ଦିନ ସେ ମୋଦୀଙ୍କୁ ଭେଟିବା ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ସନ୍ଧ୍ୟାରେ ଦୁହେଁ ୭ ଲୋକ କଲ୍ୟାଣ ମାର୍ଗରେ ଭେଟିଥିଲେ। କୁହାଯାଉଛି ଯେ ଦୁଇ ବରିଷ୍ଠ ନେତାଙ୍କ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା।

Advertisment

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନରେନ୍ଦ୍ର ମୋଦୀ-ଯୋଗୀ ଆଦିତ୍ୟନାଥଙ୍କ ଏହି ସାକ୍ଷାତକୁ ଅନେକ କାରଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଉଛି । ଏହାକୁ ଦୀପାବଳୀ ଉପଲକ୍ଷେ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିଲେ ବି ଆଗକୁ ଥିବା ଉପନିର୍ବାଚନ ଦୃଷ୍ଟିରୁ ଏହାକୁ ଗୁରୁତ୍ବ ଦିଆଯାଉଛି । 

ଚଳିତ ମାସରେ ହିଁ ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନକୁ ବିଜେପି ବେଶ ଗୁରୁତ୍ବ ଦେଉଛି । ଏଣୁ ମୋଦୀ-ଯୋଗୀ ସାକ୍ଷାତର ରାଜନୈତିକ ଅର୍ଥ ବାହାର କରାଯାଉଛି । ଉପନିର୍ବାଚନ ହେବାକୁ ଥିବା ୯ଟି ବିଧାନସଭା ଆସନ ମଧ୍ୟରୁ ୫ଟି ବିଜେପି ନେତୃତ୍ୱାଧୀନ ଏନଡିଏ ଓ ୪ଟି ସମାଜବାଦୀ ପାର୍ଟି (ଏସପି) ହାତରେ ରହିଥିଲା।