ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ନିର୍ବାଚନୀ ଜନସଭା ଜାରି ରଖିଛନ୍ତି । ଉତ୍ତର ପ୍ରଦେଶର କୈରାନାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଦଙ୍ଗାକାରୀଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ୟୁପିରେ ଦଙ୍ଗା କରନ୍ତି, ତେବେ ସେମାନଙ୍କୁ ଓଲଟା ଝୁଲାଇ ଲଙ୍କା ଧୂଆଁ ଦିଆଯିବ । ରାଜ୍ୟରୁ ଅପରାଧ ଓ ଅପରାଧୀଙ୍କୁ ନିପାତ କରାଯାଇଛି ବୋଲି ସେ କହିଛନ୍ତି।
ଅଯୋଧ୍ୟାରେ ରାମ ମନ୍ଦିର ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ସେହି କାମ ସଂପୂର୍ଣ୍ଣ କରିଛନ୍ତି ଯାହା ୫୦୦ ବର୍ଷ ରେ ହୋଇନଥିଲା ।
ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପୂର୍ବରୁ ସାହାରନପୁରକୁ ଧାର୍ମିକ ଉନ୍ମାଦନାର କେନ୍ଦ୍ର ବିନ୍ଦୁ କରାଯାଇଥିଲା, ଏବେ ଏହା ବିକାଶର ଏକ ନୂଆ କାହାଣୀ ସୃଷ୍ଟି କରୁଛି। "ମୋର ମନେ ଅଛି ଯେତେବେଳେ ସାହାରନପୁର ଧାର୍ମିକ ଉନ୍ମାଦନାର କେନ୍ଦ୍ରରେ ପରିଣତ ହୋଇଥିଲା । ଯେତେବେଳେ କାନୱର ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ସେତେବେଳେ କୌଣସି ଜାତିବାଦୀ ସଂଗଠନ ଆସିନଥିଲେ । ସମସ୍ତଙ୍କ ପାଟି ବନ୍ଦ ହୋଇଯାଇଥିଲା।
ସେ କହିଛନ୍ତି ଯେ ପୂର୍ବରୁ ମାଫିଆମାନେ ମୁଣ୍ଡ ଟେକି ରାଜ୍ୟରେ ବୁଲୁଥିଲେ। ଛୋଟ ଛୋଟ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏବେ ଦଙ୍ଗାକାରୀମାନେ ନିଜେ କହୁଛନ୍ତି ଯେ ସେମାନେ ଦଙ୍ଗା କରିବେ ନାହିଁ।