ଲଖନଉ: ଅଫିସରେ ବସି ପ୍ରତିଦିନ ୨ ଘଣ୍ଟା (ସକାଳ ୧୦ଟାରୁ ୧୨ଟା) ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପ୍ରତିଦିନ ସକାଳେ ତାଙ୍କ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ବସି ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟ ଶାସନ ସଚିବ ଏବଂ ସଚିବମାନଙ୍କୁ ପ୍ରତିଦିନ ୧୦ ରୁ ୧୨ ଟା ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟାଳୟରେ ବସି ଲୋକଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହା ସହ ଖୋଦ ଯୋଗୀ ତାଙ୍କ ସରକାରୀ ବାସଭବନରେ ପୂର୍ବରୁ ଚାଲୁଥିବା ଜନତା ଦରବାରକୁ ପୁଣି ଆରମ୍ଭ କରିଛନ୍ତି | କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହେବା ପରେ ଏହାକୁ କିଛି ମାସ ପାଇଁ ବନ୍ଦ କରାଯାଇଥିଲା | ଲୋକଙ୍କ ସମସ୍ୟା ଜାଣିବା ପାଇଁ ଯୋଗୀ ଆଦିତ୍ୟନାଥ ଏବେ ଦୁଇ ଘଣ୍ଟା ପାଇଁ ଜନତା ଦରବାରରେ ସମୟ ବିତାଉଛନ୍ତି |

ଯେଉଁମାନେ ତାଙ୍କ ବାସଭବନକୁ ଆସିପାରୁନାହାନ୍ତି ସେମାନଙ୍କ ପାଇଁ ସେ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରତିଦିନ ସକାଳ ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ଅଫିସରେ ବସିବେ | କେବଳ ଏତିକି ନୁହେଁ, କ୍ଷେତ୍ର ଅଧିକାରୀ(ଫିଲଡ ଅଫିସର)ମାନେ ମଧ୍ୟ ଅଫିସରେ ବସିବେ। ଯାହାଫଳରେ ସେ ଅଫିସରେ ବସି ଜନଶୁଣାଣି କରିପାରିବେ |