ମାଗଣା କଥା ଥାଉ, ପୂର୍ବରୁ ବିଜୁଳି ତ ଦେଇଥାନ୍ତ: ଯୋଗୀ

ଲଖନଉ: ମାଗଣାରେ ବିଦ୍ୟୁତ ଯୋଗେଇବାକୁ ନେଇ ଏବେ ରାଜନୀତି ଜୋର ଧରିଛି | ମାଗଣାରେ ବିଦ୍ୟୁତ ଯୋଗାଇବାର ଟ୍ରେଣ୍ଡ ଆମ ଆଦମୀ ପାର୍ଟି ଆରମ୍ଭ କରିଥିବାବେଳେ ଆଜି ସମାଜବାଦୀ ପାର୍ଟି ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲା | ଆଜି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଘୋଷଣା କରିଥିଲେ ଯେ ୨୦୨୨ରେ ରାଜ୍ୟରେ ସରକାର ଗଠନ ହେଲେ ଘରୋଇ ଗ୍ରାହକଙ୍କୁ ୩୦୦ ୟୁନିଟ୍ ମାଗଣାରେ ବିଦ୍ୟୁତ ଯୋଗାଇଦିଆଯିବ | ତେବେ ଏହାକୁ ନେଇ ଅଖିଳେଶଙ୍କ ଉପରେ ଆକ୍ରମଣ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ |

ଆଜି ରାମପୁରରେ ଯୋଗୀ କହିଛନ୍ତି ଯେ ଯେ ବବୁଆ(ଅଖିଳେଶ) କହିଛନ୍ତି ଯେ ଯଦି ତାଙ୍କ ସରକାର ଆସିଥାନ୍ତେ ତେବେ ସେମାନେ ମଧ୍ୟ ରାମ ମନ୍ଦିର ନିର୍ମାଣ କରିଥାନ୍ତେ | କିନ୍ତୁ କବର ନିର୍ମାଣରୁ ସମୟ ବଞ୍ଚିଲେ ତ ଏହା କରିଥାନ୍ତେ | ଯୋଗୀ କହିଛନ୍ତି ଯେ ଏସପି ସରକାର ଏବଂ ବିଜେପି ସରକାର ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ଦେଖାଯାଉଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦଙ୍ଗାକାରୀ ଏବଂ ମାଫିଆଙ୍କୁ ସମ୍ମାନିତ କରାଯାଉଥିଲା, କିନ୍ତୁ ବର୍ତ୍ତମାନ କୃଷକ ଓ ଯୁବକମାନଙ୍କୁ ସମ୍ମାନିତ କରାଯାଇଛି। ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ କାର୍ଯ୍ୟ କରାଯାଇଛି |

ଯୋଗୀ କହିଛନ୍ତି ଯେ ଆଜି ଅଖିଳେଶ ମାଗଣାରେ ବିଦ୍ୟୁତ ଯୋଗାଇବାକୁ କହୁଛନ୍ତି, ଯଦି ବିଜୁଳି ଦେବାର ଥିଲା ତେବେ ପୂର୍ବରୁ ବିଜୁଳି ଯୋଗାଣ କରିଦେଇଥାନ୍ତ | ସେହିପରି ଯୋଗୀ କହିଛନ୍ତି ଯେ ଗତ ବିଧାନସଭା ନିର୍ବାଚନରେ ​​ମୋତେ ଏଠାକୁ ଆସିବାକୁ ଥିଲେ ବି ମୋର ହେଲିକପ୍ଟରକୁ ଅବତରଣ କରିବାକୁ ଦିଆଯାଇନଥିଲା। କିନ୍ତୁ ଆଜି ଆପଣମାନଙ୍କର ସ୍ନେହ ମୋତେ ଏଠାକୁ ଆଣିଛି |

ସମ୍ବନ୍ଧିତ ଖବର