ପୂର୍ବରୁ ଅପରାଧୀ ଗୋଡାଉଥିଲେ, ପୁଲିସ ଦୌଡୁଥିଲା: ଯୋଗୀ

ଲଖନଉ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଶ ତଥା ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି। ରବିବାର ଦିନ ପୁଲିସ୍ ଆଧୁନିକୀକରଣ ଯୋଜନା ଅନ୍ତର୍ଗତ ୫୬ଟି ଜିଲ୍ଲା ପାଇଁ ଆଧୁନିକ କୋର୍ଟ ଭ୍ୟାନ ଶୁଭାରମ୍ଭ କରିବା ପରେ ଏହି କାର୍ଯ୍ୟକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ଦେଶ ତଥା ବିଶ୍ୱ ପାଇଁ ଏକ ଉଦାହରଣ ରୂପେ ଦେଖାଯାଉଛି | ସେ କହିଛନ୍ତି ଯେ ଲୋକମାନେ ଉତ୍ତରପ୍ରଦେଶର ଆଇନଶୃଙ୍ଖଳା ପରିସ୍ଥିତି ବାବଦରେ ପ୍ରାୟତଃ ଆଲୋଚନା କରନ୍ତି | ୨୦୧୭ ପୂର୍ବରୁ ଯେଉଁ ରାଜ୍ୟରେ ଦଙ୍ଗା, ବିଶୃଙ୍ଖଳା, ଗୁଣ୍ଡାଗର୍ଦ୍ଦି ଚରମ ଶିଖରରେ ପହଞ୍ଚିଥିଲା, ଏବେ ସେହି ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରହିପାରିଛି | ଆଉ ପୂର୍ବରୁ ଯେଉଁ ରାଜ୍ୟକୁ ସବୁଠାରୁ ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଥିଲା, ଏବେ ସେଠାରେ ଆଇନର ନିୟମ କାର୍ଯ୍ୟକାରୀ ହେଉଛି |

ବିରୋଧୀ ଦଳର ନାମ ନ ଦେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପୂର୍ବରୁ ପୁଲିସ ଦୌଡ଼ୁଥିଲା ଏବଂ ଅପରାଧୀମାନେ ପୁଲିସମାନଙ୍କୁ ଗୋଡ଼ଉଥିଲେ | କିନ୍ତୁ ଆଜି ଯିଏ ଆଇନ ସହ ଖେଳୁଛି ସେ ଜାଣିପାରୁଛି ଯେ ଆଇନର ମୂଲ୍ୟ କ’ଣ? ଯୋଗୀ କହିଛନ୍ତି ଯେ ବିଗତ ୫ ବର୍ଷ ମଧ୍ୟରେ ଦେଶର ଜନସଂଖ୍ୟା ଦୃଷ୍ଟିରୁ ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶରେ ପୁଲିସ ଆଧୁନିକୀକରଣର ଯେଉଁ ପ୍ରକ୍ରିୟା ଆମେ ଆରମ୍ଭ କରିଛେ, ଆଧୁନିକ କୋର୍ଟ ଭ୍ୟାନ ତାହାର ଏକ ଅଂଶ |

ସମ୍ବନ୍ଧିତ ଖବର