ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ରାଜନୈତିକ ଦଳମାନେ ଏବେ ନିଜ ଫାଇଦା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି | ଆଉ ଏହାକୁ ନେଇ ମୁହଁ ଖୋଲିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ସେ ନିଜର ନୀରବତା ଭାଙ୍ଗି ବିରୋଧୀଙ୍କୁ ଜବାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ ବିଜେପି ବୁଥ ସ୍ତରର କର୍ମକର୍ତ୍ତାଙ୍କ ସହ ଏକ ଭର୍ଚୁଆଲ ବୈଠକରେ କହିଛନ୍ତି ଯେ କିଛି ଲୋକ ବିକାଶକୁ ସହି ପାରୁନାହାଁନ୍ତି। ଏହି ଲୋକମାନେ ଦେଶ ତଥା ରାଜ୍ୟରେ ଜାତିଗତ ତଥା ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହି ଦଙ୍ଗାରେ ବିକାଶ ବା ପ୍ରତି କିଭଳି ଅଟକିଯିବ ସେହି ଚେଷ୍ଟାରେ ରହିଛନ୍ତି |
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ କିଛି ଲୋକ, ଯେଉଁମାନେ ରାଜ୍ୟର ବିକାଶକୁ ନେଇ କେବେ ଚିନ୍ତା କରିନାହାଁନ୍ତି, ସେମାନେ ଏହି କାର୍ଯ୍ୟକୁ ହଜମ କରିପାରୁନାହାଁନ୍ତି | ଏହିପରି ଲୋକମାନେ ପ୍ରତିଦିନ ଷଡଯନ୍ତ୍ର କରୁଛନ୍ତି | ସେମାନଙ୍କଠାରୁ ସତର୍କ ରୁହନ୍ତୁ, ସେମାନଙ୍କ ଷଡଯନ୍ତ୍ରର ଖୁଲାସା କରନ୍ତୁ | ଉପ-ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ବିଜେପି କର୍ମୀମାନଙ୍କୁ ବିଜୟର ମନ୍ତ୍ର ମଧ୍ୟ ଦେଇଛନ୍ତି।
ସେ କହିଛନ୍ତି ଯେ କରୋନା କାରଣରୁ ଏଥର ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ ହେବ। କୌଣସିଠାରେ ବଡ଼ ସମାବେଶ ହେବ ନାହିଁ | ତେଣୁ, ଚାରି ରୁ ପାଞ୍ଚ ଜଣ ଗୋଷ୍ଠୀ କରି ଲୋକଙ୍କୁ ସରକାର କେଉଁ ସବୁ କାର୍ଯ୍ୟ କରିଛନ୍ତି, ତାହା ଜନସାଧାରଣଙ୍କୁ ଜଣାଇବାକୁ ପଡିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/yogi.jpeg)
