ବାବର ଅଲିଙ୍କ ମା’ଙ୍କ ସହ କଥାହେଲେ ଯୋଗୀ: ‘ମୁଁ ବି ଆପଣଙ୍କର ପୁଅ ପରି’

ଲକ୍ଷ୍ନୌ: କୁଶୀନଗରରେ ବିଜେପିର ବିଜୟ ଉତ୍ସବ ପାଳନ କରି କିଛି ଅସହିଷ୍ଣୁ ଲୋକଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ବାବର ଅଲିଙ୍କ ମା’ଙ୍କ ସହ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଥା ହୋଇଛନ୍ତି। ଅଲିଙ୍କ ମାଆଙ୍କ ସହ ଫୋନରେ କଥା ହୋଇ ଯୋଗୀ ତାଙ୍କୁ ସାନ୍ତ୍ୱନା ଦେବା ସହ ସେ ବି ତାଙ୍କ ପୁଅ ଭଳି ବୋଲି କହିଛନ୍ତି। ଏଥିସହ ଦୋଷୀକୁ ଶୀଘ୍ର ଦଣ୍ଡ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ବାବରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରି ସରକାରଙ୍କ କଲ୍ୟାଣମୂଳକ ଯୋଜନାରେ ତାଙ୍କ ପରିବାରକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଛନ୍ତି। ସମସ୍ତ ପରିବାର ଭୟଭୀତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଆମକୁ ସାହସ ମିଳିଛି ବୋଲି ବାବରଙ୍କ ମା’ କହିଛନ୍ତି। ଗତ ମାର୍ଚ୍ଚ ୨୦ରେ ରାଜ୍ୟ ବିଧାନସଭା ନିର୍ବାଚନରେ ​​ବିଜେପିର ବିଜୟ ଉତ୍ସବ ପାଳନ କରୁଥିବା ବେଳେ କିଛି ପଡ଼ୋଶୀ ବାବରଙ୍କୁ ନିସ୍ତୁକ ମାଡ ମାରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ଦାବି କରିଛି ଯେ ପୂର୍ବରୁ ମଧ୍ୟ ବିଜେପି ପାଇଁ ପ୍ରଚାର କରିଥିବାରୁ ବାବରଙ୍କୁ ହତ୍ୟା ଧମକ ଦିଆଯାଇଥିଲା।

ସମ୍ବନ୍ଧିତ ଖବର