ଏହି ଛକରେ ଝିଅଙ୍କୁ ହଇରାଣ କଲେ ଆର ଛକରେ ଗୁଳି ଖାଇବ: ଯୋଗୀ

ଲଖନଉ: ରୋଡ଼ ରୋମିଓଙ୍କ ସହ ଅପରାଧୀଙ୍କୁ ଖୁଲମଖୁଲା ଚେତାବନୀ ଦେଲେ ଯୋଗୀ | ଗୋଟିଏ ଛକରେ ବଦମାସୀ କଲେ ଆର ଛକରେ ଗୁଳି ଖାଇବ | କିଛି ଏଭଳି ଢଙ୍ଗରେ ଯୋଗୀ ଅପରାଧୀଙ୍କୁ ଚେତାବନୀ ଦେଇଛନ୍ତି | ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ କାନପୁରରେ ଏକ ସଭାରେ ଅପରାଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ବର୍ତ୍ତମାନ ଯଦି ଜଣେ ଅପରାଧୀ ଯିଏ ଗୋଟିଏ ଛକରେ ଭଉଣୀ- ଝିଅକୁ ଅସଦାଚରଣ କରିବାକୁ ଚେଷ୍ଟା କରିବ, ବର୍ତ୍ତମାନ ତାହା କରିପାରିବ ନାହିଁ କାରଣ ସିସିଟିଭି କ୍ୟାମେରାରେ ପ୍ରତ୍ୟେକ କାର୍ଯ୍ୟକଳାପ କଏଦ ହୋଇ ରହିଯିବ ।

ଯୋଗୀ କହିଛନ୍ତି, “ଯଦି କେହି କୌଣସି ଛକରେ ଅସଦାଚରଣ ବା ଡକାୟତି କରିବେ, ତେବେ ସେହି ଦୃଶ୍ୟଗୁଡିକ ପରବର୍ତ୍ତୀ ଛକକୁ ଯିବା ପୂର୍ବରୁ ପୁଲିସ ପାଖରେ ପହଞ୍ଚିଯିବ | ପରବର୍ତ୍ତୀ ଛକ ନିକଟରେ ପହଞ୍ଚିବା ବେଳକୁ ପୁଲିସ ତାଙ୍କୁ ଗୁଳି ମାରିସାରିଥିବ। ବର୍ତ୍ତମାନ ସୁରକ୍ଷା ଭାଙ୍ଗିବାକୁ କେହି ସାହସ କରିବେ ନାହିଁ। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡବଲ୍ ଇଞ୍ଜିନକୁ ଟପିଯାଇ ଟ୍ରିପଲ୍ ଇଞ୍ଜିନ୍ ସରକାର ବିଷୟରେ କହିଛନ୍ତି । ସେ କାନପୁରର ବିକାଶର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହି ବିକାଶ ସମ୍ଭବ କାରଣ ଟ୍ରିପଲ ଇଞ୍ଜିନ ସରକାର ବିକାଶର ଗତିକୁ ତିନିଗୁଣ କରୁଥିବା ଜଣାପଡିଛି। ପ୍ରତ୍ୟେକ କ୍ଷେତ୍ରରେ କିଛି ନୂଆ କାର୍ଯ୍ୟ କରାଯାଇଛି |

ସମ୍ବନ୍ଧିତ ଖବର