ନେପାଳକୁ ଯୋଗୀଙ୍କ ଚେତାବନୀ, ପରିଣାମ ସଂପର୍କରେ ସଚେତନ ରୁହ

ଲକ୍ଷ୍ନୌ: ନେପାଳ ସହିତ ସୀମା ବିବାଦ ମାମଲାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଡ଼ୋଶୀ ଦେଶ ନେପାଳକୁ କଡ଼ା ଚେତାବନୀ ଦେଇଛନ୍ତି। ନେପାଳ ନିଜ ଦେଶର ରାଜନୈତିକ ସୀମା ନିର୍ଦ୍ଧାରଣ କରିବା ପୂର୍ବରୁ ପରିଣାମ ସଂପର୍କରେ ସଚେତନ ରହିବା ଉଚିତ। ତିବ୍ବତର କିଭଳି ପରିଣାମ ହୋଇଛି ସେ ସଂପର୍କରେ ନେପାଳ ସ୍ମରଣ କରିବା ଦରକାର ବୋଲି ଯୋଗୀ ଚେତାଇ ଦେଇଛନ୍ତି। କଳାପାଣି, ଲିପୁଲେଖ ଭଳି ଅଞ୍ଚଳକୁ ନେପାଳ ନିଜ ମାନଚିତ୍ରରେ ଦର୍ଶାଇ ବଡ଼ ଭୁଲ କରିଛି। ଏଭଳି ପଦକ୍ଷେପ ନେପାଳ ପାଇଁ ଘୋର ବିପଦ ସୃଷ୍ଟି କରିବ ବୋଲି ଯୋଗୀ କହିଛନ୍ତି। ଭାରତ ଓ ନେପାଳ ‌ଦୁଇଟି ଭିନ୍ନ ଶରୀର ହେଲେ ମଧ୍ୟ ଆତ୍ମା ଗୋଟିଏ ବୋଲି ନେପାଳ ମନେ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର