ଯୋଗୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ, ହେଲେ..: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଆଗକୁ ଉତ୍ତରପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ସେନେଇ ପ୍ରସ୍ତୁତ ହେଲେଣି ଦଳ। ନିର୍ବାଚନ ପ୍ରସ୍ତୁତି ସହ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିରୋଧୀ। ଏମଧ୍ୟରେ ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଯୋଗୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କହିଛନ୍ତି।

ସେ କହିଛନ୍ତି, ଯଦି ଯୋଗୀ ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ଜିତିବେ ତେବେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଯିବେ। ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଯୋଗୀ ପୁନର୍ବାର ୟୁପିରେ କ୍ଷମତାକୁ ଫେରିଲେ କ’ଣ ହେବ? ଏହାର ଉତ୍ତରରେ ଏସପି ନେତା କହିଥିଲେ ଯେ, ଯୋଗୀ ଆଦିତ୍ୟନାଥ ପୁନର୍ବାର ନିର୍ବାଚନରେ ​​ଜିତିଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ବିଜେପି ଲୋକମାନେ ଏ ବିଷୟରେ ଚିନ୍ତା କରିବା ଉଚିତ୍।

ତେବେ ଭାରତ ନିର୍ବାଚନ ଆୟୋଗ (ଇସି) ଶନିବାର ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫେବ୍ରୁଆରି ୧୦ରୁ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବା ସହ ଭୋଟ୍ ଗଣନା ମାର୍ଚ୍ଚ ୧୦ରେ ହେବ। ତାରିଖ ଘୋଷଣା ହେବା ପରେ ଏବେ ବିରୋଧୀ ଦଳଙ୍କ ମଧ୍ୟ କଥା କଟାକଟି ଆରମ୍ଭ ହୋଇଯାଇଛି। ଭୋଟ ହାତେଇବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ସହ କ୍ଷମତାକୁ ଆସିବାର ଚେଷ୍ଟା ଜୋରଦାର ହୋଇଛି।

ସମ୍ବନ୍ଧିତ ଖବର