ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିରୋଧରେ ଭାରତର ପରାଜୟକୁ ନେଇ ଦେଶରେ ଖୁସି ମନାଇଥିବା ଲୋକଙ୍କ ଉପରେ ଯୋଗୀ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ପାକିସ୍ତାନ ସମର୍ଥନରେ ଆସିଥିବା ଲୋକଙ୍କ ବିରୋଧରେ ଯୋଗୀ ସରକାର ଦେଶଦ୍ରୋହ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅପରାଧରେ ମାମଲା ଚାଲିବ ବୋଲି କୁହାଯାଇଛି । ସୂଚନା ଅନୁସାରେ, ଆଗ୍ରାରେ ୩, ବରେଲୀରେ ୩ ଓ ଲକ୍ଷ୍ନୌରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ୍ କରିଛି ।
ସେପଟେ ରାଜସ୍ଥାନର ଉଦୟପୁରରେ ପାକିସ୍ତାନ କ୍ରିକେଟ ଟିମ୍କୁ ସମର୍ଥନ କରିବା ଅଭିଯୋଗରେ ଜଣେ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି । କେବଳ ନିଲମ୍ବନ ନୁହେଁ ଅଟାରୀ ପୋଲିସ ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ଗିରଫ୍ କରିଛି। କୁହାଯାଉଛି କି ଶିକ୍ଷୟତ୍ରୀ ନଫିସା ମ୍ୟାଚ ଶେଷ ହେବା ପରେ ହ୍ୱାଟସଆପରେ ଷ୍ଟାଟସ ଦେଇଥିଲେ କି ‘ଆମେ ଜିତିଗଲୁ।’