ଯୋଗୀଙ୍କ ମୁଖ୍ୟମନ୍ତ୍ରିତ୍ବକୁ ୬ ବର୍ଷ ପୂରିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁଖ୍ୟମନ୍ତ୍ରିତ୍ବକୁ ଆଜି ୬ ବର୍ଷ ପୂରିଛି। କାର୍ଯ୍ୟକାଳର ୬ ବର୍ଷ ପୂର୍ତ୍ତି ଅବସରରେ ଯୋଗୀ ଆଜି ଅଯୋଧ୍ୟା ଯାଇ ହନୁମାନଗଡ଼ି ଏବଂ ରାମ ଲାଲା ମନ୍ଦିରରେ ପୂଜା‌ର୍ଚ୍ଚନା କରିଛନ୍ତି। ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ହୋଇଥିବା ଅଗ୍ରଗତି ସଂପର୍କରେ ମଧ୍ୟ ସେ ଅବଗତ ହୋଇଛନ୍ତି। ରାମ ମନ୍ଦିରରେ ୭୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବୋଲି ଯୋଗୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୭ ମାର୍ଚ୍ଚ ୧୯ରେ ଯୋଗୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଶପଥ ନେଇଥିଲେ। ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ଜିତିବାପରେ ଯୋଗୀ ମାର୍ଚ୍ଚ ୨୫, ୨୦୨୨ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ମୁଖ୍ୟମନ୍ତ୍ରୀ ଭାବେ ୬ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର