ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ଉତ୍ତରପ୍ରଦେଶର ଲୋକମାନଙ୍କୁ ବିଜେପିକୁ ଭୋଟ୍ ଦେବାପାଇଁ ଅନୁରୋଧ କରିଛନ୍ତି। ଯୋଗୀ ଆଜି ଟ୍ବିଟର୍ରେ ୬ ମିନିଟ୍ର ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି। ଯୋଗୀ କହିଛନ୍ତି, ରାଜ୍ୟରେ ଦଙ୍ଗାକାରୀମାନେ ଏବେ ଖୁବ୍ ଅଣନିଶ୍ବାସୀ ହୋଇଯାଇଛନ୍ତି। ସରକାର ସେମାନଙ୍କ କାର୍ଯ୍ୟରେ ରୋକ୍ ଲଗାଇଥିବାରୁ ସେମାନେ ଏବେ ଡହଳବିକଳ ହେଉଛନ୍ତି। ଆତଙ୍କବାଦୀମାନେ ଧମକ ଦେଉଛନ୍ତି। ଲୋକମାନଙ୍କୁ ସତର୍କ ହେବାକୁ ପଡ଼ିବ। ଯୋଗୀ କହିଛନ୍ତି, ସତର୍କ ରହିବାକୁ ହେବ। ବିଜେପି ପୁଣି କ୍ଷମତାକୁ ନ ଆସିଲେ ୫ ବର୍ଷର ପରିଶ୍ରମ ଧୋଇ ହୋଇଯିବ ଏବଂ ଉତ୍ତରପ୍ରଦେଶ କାଶ୍ମୀର, କେରଳ ଏବଂ ପଶ୍ଚିମବଙ୍ଗ ହେବାପାଇଁ ବେଶୀ ସମୟ ଲାଗିବନି ବୋଲି ଯୋଗୀ କହିଛନ୍ତି। ଉତ୍ତରପ୍ରଦେଶ ଏବେ ପେସାଦାର ଅପରାଧୀଙ୍କ କବଳରୁ ମୁକ୍ତ ହୋଇଥିବାରୁ ଲୋକେ ସନ୍ତୁଷ୍ଟ ଅଛନ୍ତି ବୋଲି ଯୋଗୀ କହିଛନ୍ତି। ତେବେ ଯୋଗୀ ତାଙ୍କ ବାର୍ତ୍ତାରେ କେରଳ କଥା କହିଥିବାରୁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହାର ଜବାବ ରଖିଛନ୍ତି। ପିନରାୟୀ କହିଛନ୍ତି, ଯଦି ଉତ୍ତରପ୍ରଦେଶ କେରଳରେ ପରିଣତ ହେବ ତେବେ ଲୋକମାନେ ସବୁଠୁ ଭଲ ଶିକ୍ଷା, ସ୍ବାସ୍ଥ୍ୟ ସେବା, ସାମାଜିକ ମଙ୍ଗଳ ଏବଂ ଉତ୍ତମ ଜୀବନଶୈଳୀ ଓ ସଦ୍ଭାବନା ପୂର୍ଣ୍ଣ ସମାଜକୁ ଉପଭୋଗ କରିପାରିବେ। କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଯୋଗୀଙ୍କ କଥାରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଶଶି କହିଛନ୍ତି, ଉତ୍ତରପ୍ରଦେଶ ଯଦି କାଶ୍ମୀର, କେରଳ କିମ୍ବା ପଶ୍ଚିମବଙ୍ଗରେ ପରିଣତ ହେବ ଖୁବ୍ ଭାଗ୍ୟବାନ୍ କଥା।
ଭୋଟରଙ୍କୁ ଯୋଗୀଙ୍କ ଭିଡିଓ ବାର୍ତ୍ତା: ବିଜେପି କ୍ଷମତାକୁ ନ ଆସିଲେ ରାଜ୍ୟ କେରଳ, କାଶ୍ମୀର ଭଳି ହୋଇଯିବ
/sambad/media/post_attachments/wp-content/uploads/2022/02/5d4g56d465d4gda56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)