ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ଷ୍ଟାର କ୍ରିକେଟର କପିଲ ଦେବଙ୍କୁ ନେଇ ଏକ ଖୁଲାସା କରିଛନ୍ତି । ଯାହା କ୍ରିକେଟ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ । ଯୋଗରାଜ ସିଂଙ୍କ ବିବୃତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହୁଛନ୍ତି, ''ଏକ ସମୟରେ ଷ୍ଟାର କ୍ରିକେଟର କପିଲ ଦେବଙ୍କ ଉପରେ ଏତେ ରାଗିଯାଇଥିଲି ଯେ ତାଙ୍କ ମୁଣ୍ଡରେ ଗୁଳି ଚଳାଇବାକୁ ଚାଁହୁଥିଲି । ଏଥିପାଇଁ କପିଲଙ୍କ ଘରକୁ ମଧ୍ୟ ଯାଇଥିଲି । '' 

Advertisment

ଆମେ ଆପଣଙ୍କୁ ଜଣାଇଦେଉଛୁ ଯେ, ଷ୍ଟାର କ୍ରିକେଟର କପିଲ ଦେବ ତାଙ୍କ ଅଧିନାୟକତ୍ୱ ସମୟରେ ଭାରତୀୟ ଦଳକୁ ୧୯୮୩ର ୱାଣ୍ଡେ ୱାଲଡ୍ କପ୍ ଜିତାଇଥିଲେ । ସେହି ସମୟରେ ଯୋଗରାଜ କପିଲଙ୍କ ବିଷୟରେ ଅନେକ ଥର ବଡ଼ ବଡ଼ ବିବୃତି ଦେଇଥିଲେ । ସେ କହିଥିଲେ, " ଯେତେବେଳେ କପିଲ ଦେବ ଭାରତ ଏବଂ ହରିୟାଣାର ଅଧିନାୟକ ଥିଲେ ସେତେବେଳେ ସେ ମୋତେ ବିନା କାରଣରେ ଦଳରୁ ବାହାର କରିଦେଇଥିଲେ । ମୋ ପତ୍ନୀ ଚାଁହୁଥିଲେ ଯେ ମୁଁ କପିଲଙ୍କୁ ଏହା ଉପରେ ପ୍ରଶ୍ନ କରେ କିନ୍ତୁ ମୁଁ କାହିଁକି ପଚାରିଥାନ୍ତି । କପିଲଙ୍କୁ ଏକ ଶିକ୍ଷା ଦେବାକୁ ମୁଁ ମୋର ବନ୍ଧୁକ ବାହାର କରି ତାଙ୍କ ଘରେ ପହଞ୍ଚିଥିଲି ଏବଂ ତାଙ୍କୁ ବହୁତ ଗାଳି ଦେଇଥିଲି । ତାଙ୍କୁ କହିଥିଲି ତୁମରି କାରଣରୁ ମୁଁ ଜଣେ ଭଲ ବନ୍ଧୁଙ୍କୁ ହରାଇଲି । ତୁମେ ଯାହା କରିଛି ଏଥିପାଇଁ ତୁମକୁ ଭୋଗିବାକୁ ପଡ଼ିବ । ମୁଁ ତୁମ ମୁଣ୍ଡରେ ଗୁଳି ମାରିବାକୁ ଚାଁହୁଛି, କିନ୍ତୁ ଏପରି କରିପାରିବି ନାହିଁ । କାରଣ ତୁମ ମା' ଏଠାରେ ଠିଆ ହୋଇଛନ୍ତି । ''

ଏହାପରେ ଯୋଗରାଜ ସିଂ ତାଙ୍କ ପତ୍ନୀଙ୍କୁ ଧରି ସେଠାରୁ ଫେରି ଆସିଥିଲେ । ସେହି ମୁହୂର୍ତ୍ତରେ ହିଁ ସେ ନିଷ୍ପତ୍ତି ନେଇଥିଲେ ଯେ ସେ ଆଉ କେବେ କ୍ରିକେଟ ଖେଳିବେ ନାହିଁ । ତାଙ୍କ ପୁଅ ଯୁବରାଜ ସିଂ ହିଁ କ୍ରିକେଟ ଖେଳିବେ ।