ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଜି ଶକ୍ତ ଝଟ୍କା ଲାଗିଛି। ୧୯ ବର୍ଷର ହତ୍ୟା ମାମଲାରେ ଯୋଗୀଙ୍କ ବିରୋଧରେ କୋର୍ଟ ନୋଟିସ୍ ଜାରି କରିଛନ୍ତି। ସପ୍ତାହେ ମଧ୍ୟରେ ନୋଟିସ୍ର ଜବାବ ରଖିବାକୁ କୁହାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ଜୋରଦାର ରାଜନୀତି ଆରମ୍ଭ ହୋଇଥିବା ବେଳେ ଏଭଳି ନୋଟିସ୍କୁ ନେଇ ବିରୋଧୀ ଦଳଗୁଡ଼ିକ ଯୋଗୀଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୯୯ ମସିହାରେ ତତ୍କାଳୀନ ସମାଜବାଦୀ ପାର୍ଟି ନେତା ତଲତ ଅଜିଜ୍ଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ମହାରାଜଗଞ୍ଜରେ ହତ୍ୟା କରାଯାଇଥିଲା। ତେବେ ତତ୍କାଳୀନ ଗୋରଖପୁର ସାଂସଦ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଗଠିତ ଏକ ଗୋଷ୍ଠୀ ଏହି ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚାଳନା କରିବା ଯୋଗୁ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଥିଲା।
ଯୋଗୀ ଆଦିତ୍ୟନାଥଙ୍କୁ ଝଟ୍କା :୧୯ ବର୍ଷର ହତ୍ୟା ମାମଲାରେ କୋର୍ଟ ନୋଟିସ୍
/sambad/media/post_attachments/wp-content/uploads/2018/09/yogi-adityanath_1537605398.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)