୨୬/୧୧ ଆକ୍ରମଣ ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିଜ ପୁଅ କ୍ୟାରିୟର କଥା ଭାବୁଥିଲେ : ପିୟୁଷ ଗୋଏଲଙ୍କ ଏଭଳି ଅଭିଯୋଗର ଜବାବ ରଖିଲେ ରିତେଶ

ମୁମ୍ବାଇ : ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଏହା ପରେ ତାଙ୍କ ପୁଅ ରିତେଶ ଦେଶମୁଖ ଏବେ ପିୟୁଷ ଗୋଏଲଙ୍କୁ ଉଚିତ୍‌ ଜବାବ ଦେଇଛନ୍ତି ।

ସେ  ଟୁଇଟ୍‌ କରି କହିଛନ୍ତି, ଏହା ସତ ଯେ ମୁଁ ତାଜ୍‌/ଓବରଏ ହୋଟେଲ ଯାଇଥିଲି । କିନ୍ତୁ ୨୬/୧୧ର ଆକ୍ରମଣ ସମୟରେ ମୁଁ ସେଠାକୁ ଯାଇଥିବା ଖବର ସଂପୂର୍ଣ୍ଣ ମିଛ । ମୁଁ ମୋ ବାପାଙ୍କ ସହ ଥିଲି ସତ । କିନ୍ତୁ ସେ ମୋତେ ଫିଲ୍ମରେ କାମ ଦେବା ପାଇଁ କାହା ପାଖକୁ ସୁପାରିସ୍‌ କରିବାକୁ ଯାଇ ନଥିଲେ । ସେ କେବେ ହେଲେ ମୋ ପାଇଁ କୌଣସି ନିର୍ଦ୍ଦେଶକ ବା ପ୍ରଯୋଜକଙ୍କ ସହ କଥା ହୋଇ ନାହାନ୍ତି । ଯେଉଁଥି ପାଇଁ ମୁଁ ଗର୍ବିତ । ତୁମ ପାଖରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ରହିଛି । କିନ୍ତୁ ଯିଏ ନିଜ ପକ୍ଷ ରଖିବାକୁ ଏ ଦୁନିଆରେ ନାହିଁ । ତାଙ୍କ ଉପରେ ପ୍ରଶ୍ନ ଉଠାଇବା ଭୁଲ । ଆପଣ ୭ବର୍ଷ ବିଳମ୍ବରେ ଏହି ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି ରିତେଶ ।

ସୂଚନା ମୁତାବକ, ଶନିବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣି ୨୬/୧୧ ଆକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ନିଜ ପୁଅକୁ ଫିଲ୍ମରେ ସୁଯୋଗ ମିଳିବାକୁ ନେଇ ଚିନ୍ତିତ ଥିଲେ ବୋଲି ମନ୍ତବ୍ୟ ଦେଇଥିଲେ ପିୟୁଷ ଗୋଏଲ । ଏହାର ଜବାବ ରଖିଛନ୍ତି ରିତେଶ ।

ସମ୍ବନ୍ଧିତ ଖବର