ନୂଆଦିଲ୍ଲୀ: ଯଦି ଆମ ଜିନିଷ ପସନ୍ଦ ନୁହେଁ, ତେବେ କିଣିନାହିଁ। ଆମେ କାହାକୁ କିଣିବାକୁ ବାଧ୍ୟ କରୁନାହୁଁ। ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏବେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଓ ରୁଷିଆ ତେଲ କ୍ରୟକୁ ନେଇ ଉତ୍ତେଜନା ଚାଲିଛି। ଭାରତ, ରୁଷରୁ ତେଲ କିଣୁଥିବାରୁ ଆମେରିକା ଏହାକୁ ବିରୋଧ କରି ଭାରତ ଉପରେ ୫୦% ଶୁଳ୍କ ଲଗାଇଛି। ଏହା ଉପରେ ପ୍ରତିକ୍ରିୟା ଦେଇ ପସନ୍ଦ ନଥିଲେ ଆମ ଜିନିଷ କିଣ ନାହିଁ ବୋଲି କହିଛନ୍ତି ଏସ ଜୟଶଙ୍କର।
ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ ୨୦୨୫ରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି, "ବ୍ୟବସାୟ-ସମର୍ଥକ ଆମେରିକୀୟ ପ୍ରଶାସନ ପାଇଁ କାମ କରୁଥିବା ଲୋକମାନେ ଅନ୍ୟ ଲୋକମାନଙ୍କ ଉପରେ ବ୍ୟବସାୟ କରୁଥିବାର ଅଭିଯୋଗ ଆଣିବା ହାସ୍ୟସ୍ପଦ। ଯଦି ଆପଣଙ୍କର ଭାରତରୁ ତେଲ କିମ୍ବା ରିଫାଇନ୍ ଉତ୍ପାଦ କିଣିବାରେ ସମସ୍ୟା ହେଉଛି, ତେବେ ଏହାକୁ କିଣନ୍ତୁ ନାହିଁ। କେହି ଆପଣଙ୍କୁ କିଣିବାକୁ ବାଧ୍ୟ କରୁ ନାହାନ୍ତି। ହେଲେ ୟୁରୋପ କିଣୁଛି, ଆମେରିକା କିଣୁଛି। ତେଣୁ ଯଦି ପସନ୍ଦ ନୁହେଁ, ତେବେ କିଣନ୍ତୁ ନାହିଁ।"
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବି ଉପରେ ପ୍ରତିକ୍ରିୟା ନେଇ ଜୟଶଙ୍କର କହିଛନ୍ତି ଯେ, ୧୯୭୦ଦଶକରୁ ଭାରତରେ ଏକ ଜାତୀୟ ସହମତି ରହିଛି ଯେ, କୌଣସି ପ୍ରକାରର ମଧ୍ୟସ୍ଥତା ଗ୍ରହଣ କରାଯିବ ନାହିଁ। ପାକିସ୍ତାନ ସହିତ ଆମର ସମ୍ପର୍କରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ସହ୍ୟ କରିବୁ ନାହିଁ। ୫୦ ବର୍ଷ ଧରି ଏହା ଚାଲି ଆସିଛି। ପଡୋଶୀ ସହ କୌଣସି ସମାଧାନ କରିବା ପାଇଁ ଭାରତକୁ କାହାର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ। "
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/23/new-project-9-2025-08-23-14-39-08.jpg)