‘ସରକାରଙ୍କ ସଂଖ୍ୟା ଗରିଷ୍ଠତା ସଂସଦରେ ଥାଇପାରେ; ଆମର ସଂଖ୍ୟା ଗରିଷ୍ଠତା ବି ରାଜରାସ୍ତା ଉପରେ ଅଛି’: ସିଏଏକୁ ବିରୋଧ କରି କହିଲେ କହ୍ନେୟା କୁମାର…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରୁଥିବା ଦେଶର ଛାତ୍ରମାନଙ୍କ ଉପରେ କେନ୍ଦ୍ର ସରକାର ଯେପରି ଦମନ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହାର ତୀବ୍ର ନିନ୍ଦା କରିଛନ୍ତି ଜେଏନ୍‌ୟୁର ପୂର୍ବତନ ଛାତ୍ରସଂସଦ ସଭାପତି କହ୍ନେୟା କୁମାର।

ଏସଂପର୍କରେ ନିଜର ପ୍ରତିକ୍ରିୟା ରଖିବାକୁ ଯାଇ ଏକ ବିଶାଳ ଛାତ୍ର ର‍୍ୟାଲିକୁ ସମ୍ବୋଧନ କରିବା ଅବସରରେ ପୂର୍ବତନ ଛାତ୍ରନେତା କହ୍ନେୟା କୁମାର କହିଛନ୍ତି, ‘ଯଦି ସରକାର ଆମକୁ ଦେଶର ନାଗରିକ ବୋଲି ଭାବୁ ନାହିଁ; ତେବେ ଆମେ ମଧ୍ୟ ସରକାରକୁ ସରକାର ବୋଲି ମାନିବୁ ନାହିଁ। ସରକାରଙ୍କର ସଂଖ୍ୟା ଗରିଷ୍ଠତା ସଂସଦରେ ଥାଇପାରେ; ଆମର ସଂଖ୍ୟା ଗରିଷ୍ଠତା ମଧ୍ୟ ରାଜରାସ୍ତା ଉପରେ ରହିଛି। ଏହାକୁ କେହି କେବେ ଭୁଲିଯିବା ଉଚିତ ନୁହେଁ। ଏ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଛି ତାହା କୌଣସି ହିନ୍ଦୁ କିମ୍ବା ମୁସଲମାନ ସଂପ୍ରଦାୟକୁ ନେଇ ନୁହେଁ ବରଂ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଭାରତକୁ ବଞ୍ଚାଇ ରଖିବା ପାଇଁ’ ବୋଲି କହିଛନ୍ତି ଛାତ୍ରନେତା କହ୍ନେୟା କୁମାର।

ତେଣୁ, କେନ୍ଦ୍ର ସରକାର ଯେ ପର୍ଯ୍ୟନ୍ତ ସମ୍ବିଧାନ ସଂଶୋଧନ ଆଇନ୍‌ ଓ ଜାତୀୟ ନାଗରିକ ପଞ୍ଜିକାକୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର କରି ନ ନେଇଛନ୍ତି, ସେ ପର୍ଯ୍ୟନ୍ତ ଭାରତୀୟ ଛାତ୍ର ସମାଜ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଜାରି ରହିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର