ଆଇଆଇଟି ଖଡ଼ଗପୁର ପକ୍ଷରୁ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ‘‘ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ’’

ଭୁବନେଶ୍ୱର : ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଗୁରୁବାର ଆଇଆଇଟି ଖଡ଼ଗପୁର ପକ୍ଷରୁ ‘‘ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ’’ରେ ସମ୍ମାନିତ ହୋଇଛନ୍ତି। ଆଇଆଇଟି ଇନଷ୍ଟିଚ୍ୟୁଟର ୭୨ତମ ପ୍ରତିଷ୍ଠା ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

ଆଇଆଇଟି ଖଡ଼ଗପୁରରୁ ଏମ୍‌ଟେକ ସମାପ୍ତ ପରେ ମନ୍ତ୍ରୀ ଶ୍ରୀ ବେହେରା ଶିକ୍ଷାଦାନ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଅନେକ କାର୍ଯ୍ୟ କରଛନ୍ତି। ଏଥି ସହିତ ଖୁବ କମ ବୟସରୁ ରାଜନୀତିରେ ପ୍ରବେଶ କରି ଦୁଇ-ଦୁଇ ଥର ମନ୍ତ୍ରୀ ପଦରେ ରହି ରାଜ୍ୟବାସୀଙ୍କ ପାଇଁ ଅନେକ କାର୍ଯ୍ୟକରିଛନ୍ତି। ଏହି ଉଲ୍ଲେଖନୀୟ କାର୍ଯ୍ୟଲାଗି ଆଇଆଇଟି ଖଡ଼ଗପୁର ପକ୍ଷରୁ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ‘‘ସମଗ୍ର ଓଡ଼ିଶା ତଥା କାକଟପୁରବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ଯୋଗୁଁ ଏହି ସମ୍ମାନ ମିଳିପାରିଛି। ଏହା ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ପାଇଁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ’’ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ ପ୍ରକାଶ କରିଥିଲେ I

ସମ୍ବନ୍ଧିତ ଖବର