ମୁମ୍ବାଇ: ଗୁରୁବାର ଦିନ ଦକ୍ଷିଣ ମୁମ୍ବାଇର ମେରାଇନ୍ ଡ୍ରାଇଭ୍ ଅଞ୍ଚଳରେ ଜଣେ ପ୍ରେମିକ ଓ ତାଙ୍କ ପ୍ରେମିକା ମିଶି ଏମତି ପ୍ରେମ କଲେ ଶହ ଶହ ଦେଖଣାହାରୀ ସେହି ଦୃଶ୍ୟାବଳୀର ଫଟୋ ଓ ଭିଡିଓ ଉତ୍ତୋଳନ କଲେ।
ତରୁଣ ପ୍ରେମିକ ପ୍ରେମିକା ଦୁହେଁ ରାଜ୍ୟ ସରକାରଙ୍କ ମୁଖ୍ୟାଳୟ ମନ୍ତ୍ରାଳୟ ଠାରୁ ମାତ୍ର କେଇ ମିଟର୍ ଦୂରରେ ଥିବା ରୋଡ୍ ଡିଭାଇଡର୍ ଉପରେ ବସି ପ୍ରେମ କରୁଥିବା କୁହାଯାଉଛି। ଦୁହିଁଙ୍କର ନିବିଡ଼ ପ୍ରେମର ଭିଡିଓ ଏବେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛି।
କେତେକ ପଥଚାରୀ ସେ ଘଟଣାର ଭିଡିଓ କରିଥିବା ବେଳେ ଅନ୍ୟ କେତେକ ପୁଲିସ କଣ୍ଟ୍ରୋଲ୍ ରୁମ୍କୁ ସୂଚନା ଦେବାରୁ ମେରାଇନ୍ ଡ୍ରାଇଭ୍ ଥାନାରୁ ଗୋଟାଏ ମୋବାଇଲ୍ ଭ୍ୟାନ୍ ଧାଇଁ ଆସିଥିଲା।
ପୁଲିସ ଆସୁଥିବା ଜାଣିପାରି ଦୁହେଁ ପରସ୍ପର ଠାରୁ ଛାଡ଼ି ଅଲଗା ହୋଇଯାଇ ନିଜ ନିଜର ପୋଷାକପତ୍ର ସଜାଡ଼ି ପକାଇ ରାସ୍ତା ପାର ହୋଇ ଯାନବାହନ ଭିଡ଼ରେ କୁଆଡ଼େ ଅପସରି ଯାଇଥିଲେ।
କିଛି ସମୟ ଅନୁସରଣ କରିବା ପରେ ପୁଲିସ ସେ ଯୁବତୀଙ୍କୁ ଧରିଥିଲେ, କିନ୍ତୁ ବିଦେଶୀ ପରି ଜଣାପଡୁଥିବା ସେ ଯୁବକ ଜଣକ ଖସି ଯିବାରେ ସମର୍ଥ ହୋଇଥିଲେ।
ତାଙ୍କୁ ଖୋଜି ବାହାର କରିବାକୁ ଉଦ୍ୟମ ଚାଲିଛି।
ମେରାଇନ୍ ଡ୍ରାଇଭ୍ର ବ୍ୟସ୍ତବହୁଳ ରାସ୍ତାର ଏୟାର୍ ଇଣ୍ଡିଆ ବିଲ୍ଡିଙ୍ଗ୍ ଏବଂ ମେରାଇନ୍ ଡ୍ରାଇଭ୍ ପ୍ଲାଜା ମଧ୍ୟରେ ଥିବା ‘ଲଭ୍ ଆକ୍ଟ୍’ ପାଇଁ ସ୍ଥାନଟି ‘କୁଇନ୍ସ୍ ନେକ୍ଲେସ୍’ ନାମରେ ପରିଚିତ।
ପରେ ଡେପୁଟି ପୁଲିସ କମିସନର୍ ଏମ୍କେ ଶର୍ମା କହିଲେ କି, ଯୁବତୀଟି ବାୟାଣୀ ପରି ମନେ ହେଉଛି। ତାଙ୍କୁ ଚେମ୍ବୁର୍ସ୍ଥିତ ମହିଳା ସୁରକ୍ଷା କେନ୍ଦ୍ରକୁ ପଠାଇ ଦିଆ ଯାଇଛି। ଏ ବାବଦରେ ଅଧିକ ତଦନ୍ତ ଚାଲିଛି।
ଆଗରୁ ପଚରା ଉଚୁରା ବେଳେ ଯୁବତୀ ଜଣକ କହିଥିଲେ କି, ସେ ଗୋଆରୁ ଆସିଛନ୍ତି। କିନ୍ତୁ, ପରେ ପୁଣି ୟାଡୁସ୍ୟାଡୁ କହି ବିଭ୍ରାନ୍ତିକର ଉତ୍ତର ଦେଇଥିଲେ।
ବିଦେଶୀଙ୍କୁ ଧରିବା ପାଇଁ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଏଥିସହ ସ୍ଥାନୀୟ ହୋଟେଲ୍ ଏବଂ ଫରେନର୍ସ ରିଜିଓନାଲ୍ ରେଜିଷ୍ଟ୍ରେସନ୍ ଅଫିସରେ ମଧ୍ୟ ତାଙ୍କର ପରିଚୟ ଖୋଜୁଛନ୍ତି।