କାନପୁର: ଆଜିକାଲି ନୃତ୍ୟ, ଅଭିନୟ, ଜିମ୍ କରିବା ସମୟରେ ଲୋକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ନୃତ୍ୟ ସମୟରେ ହୃଦଘାତ ଯୋଗୁଁ ଅନ୍ୟ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। କାନପୁରର ହରଡାଉଲି ନିବାସୀ ଅଭୟ ସଚ୍ଚନ (୩୨) ମଙ୍ଗଳବାର ମଧ୍ୟପ୍ରଦେଶର ରେୱା ଜିଲ୍ଲାର ହରଡାଉଲି ଗ୍ରାମରେ ଏକ ବାହାଘରରେ ଯୋଗ ଦେବାକୁ  ଯାଇଥିଲେ। ସେହି ବରଯାତ୍ରୀଙ୍କ ମେଳରେ ନାଚୁଥିବା ବେଳେ ଅଭୟଟି ତଳେ ପଡିଯାଇଥିଲେ।  ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଯୁବକଙ୍କର ମୃତ୍ୟୁ ହେତୁ ପରିବାର ସଦସ୍ୟଙ୍କ ଅବସ୍ଥାଦୟନୀୟ ଥିଲା।। ଅଭୟ ସଚ୍ଚନ ୨୦୧୧ରେ ବିବାହ କରିଥିଲେ। ତାଙ୍କ ପତ୍ନୀ ହେଉଛନ୍ତି ଅନଶିକା ସଚ୍ଚନ। ଗୋଟିଏ ପୁଅ ଅଭୟାନଙ୍କୁ ୪ ବର୍ଷ ବୟସ। ଏଥି ସହିତ ବୁଧବାର ରେୱା ମେଡିକାଲ କଲେଜରେ ପୋଷ୍ଟମର୍ଟମ ହୋଇଥିଲା।  ଏଥିରେ, ଏହା ସ୍ପଷ୍ଟ ହୋଇଛି ଯେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ଘଟିଛି। ଏହି ସୂଚନା ମୃତକଙ୍କ ଭାଇ ଡକ୍ଟର ଅଜିତ ସଚ୍ଚନ ପ୍ରଦାନ କରିଛନ୍ତି। ଅଜିତ କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ କାର ସ୍କର୍ପିଓରେ କଲେଜ କର୍ମଚାରୀଙ୍କ ସହ  ବାହାଘରକୁ ଯାଇଥିଲେ। ଅଭୟ ସଚ୍ଚନ ତିନି ଭାଇଙ୍କ ମଧ୍ୟରୁ ସାନ ଥିଲେ। ଅଭୟ ଭିମଲା ଆୟୁର୍ବେଦିକ ମେଡିକାଲ କଲେଜର ନିର୍ଦ୍ଦେଶକ ଥିଲେ। ପତ୍ନୀ ଅନଶିକା ସଚ୍ଚନ ମ୍ୟାନେଜମେଣ୍ଟର ଦାୟିତ୍ବରେ ଅଛନ୍ତି। ବୁଧବାର ବିଳମ୍ବିତ ରାତିରେ ଅଭୟଙ୍କ ମୃତଦେହ କାନପୁରକୁ ଅଣାଯାଇଥିଲା। ଏହା ପରେ ଗୁରୁବାର ଦିନ ପ୍ରାୟ ୧୦ ଟା ସମୟରେ ବିମଲା ଆୟୁର୍ବେଦିକ ମେଡିକାଲ କ୍ୟାମ୍ପସରେ ତାଙ୍କର ଶେଷ ରୀତିନୀତି କରାଯାଇଥିଲା।