ମୃତ୍ୟୁ ଏମିତି ବି ଆସେ ! ଭାଇ ବାହାଘରରେ ’ଏକ୍ ଚୁମ୍ମା ତୁ ହମକୋ ଉଧାର ଦେ’ ଗୀତରେ ନାଚୁଥିବା ବେଳେ ହୃଦଘାତରେ ଯୁବକଙ୍କ ମୃତ୍ୟୁ

ବେତୁଲ: ମଧ୍ୟପ୍ରଦେଶର ବେତୁଲରେ ଜଣେ ଯୁବକ ନିଜ ଭାଇର ବାହାଘରରେ ଆନନ୍ଦରେ ନାଚୁଥିବା ବେଳେ ହୁଦଘାତରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଯୁବକ ନାଚୁ ଥିବା ବେଳେ ହଠାତ୍ ତଳେ ପଡି ଯାଇଥିଲେ । ତାଙ୍କ ପାଖରେ ଥିବା ସାଙ୍ଗମାନେ ଭାବିଲେ ସେ ଜାଣିକି ଉଠୁ ନାହାନ୍ତି । କିଛି ସମୟରେ ପରେ ପାଖରେ ଥିବା ସାଙ୍ଗମାନେ ତାଙ୍କୁ ଉଠାଇ ଦେଖିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

ଜିଲ୍ଲା ଡାକ୍ତରଖାନାର ଡାକ୍ତର ସୁରେନ୍ଦ୍ର ବର୍ମାଙ୍କ ଅନୁସାରେ ପୋଷ୍ଟମର୍ଟମ ରିପୋର୍ଟରୁ ଜମା ପଡିଛି ଯେ ଯୁବକଙ୍କ ହୃତପିଣ୍ଡରେ ରକ୍ତ ଜମା ହୋଇ ଯାଇଥିଲା । ପେଟରେ ମଧ୍ୟ ଖାଦ୍ୟ ଜମା ହୋଇଯାଇଥିଲା । ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି ବୋଲି କୁହାଯାଉଛି ।

ମିଡିଆ ରିପୋର୍ଟ ଅନୁସାରେ ଶାହାପୁର ଅଞ୍ଚଳରେ ଏହି ଘଟଣା ଶନିବାର ଦିନ ରାତିରେ ଘଟିଛି । ଶୁକ୍ରବାର ଦିନ ୩୦ ବର୍ଷୀୟ ଅନ୍ତଲାଲ ଉଇକେଙ୍କ କାକାପୁଅ ଭାଇ ସୋନୁ କୁମରେଙ୍କ ବାହାଘର ଥିଲା । ଶନିବାର ରାତିରେ ଭୋଜି ଚାଲିଥିଲା । ନାଚିବା ସମୟରେ ତଳେ ପଡିଯିବା ପରେ ଅନ୍ତଲାଲଙ୍କୁ ହସ୍ପିଟାଲ ନିଆ ଯାଇଥିଲା, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେ ତିନି ଭଉଣୀରେ ଜଣେ ଭାଇ ଥିଲେ । ଅନ୍ତଲାଲଙ୍କ ୫ ବର୍ଷର ଗୋଟିଏ ଝିଅ ମଧ୍ୟ ଅଛି ।

ଭୋଜି ଚାଲିଥିବା ସମୟରେ ସମସ୍ତେ ନାଚୁ ଥିଲେ । ଯେତେବେଳେ ’ଏକ୍ ଚୁମ୍ମା ତୁ ହମକୋ ଉଧାର ଦେ’ ଗୀତ ବାଜିଲା ସେତେବେଳେ ଅନ୍ତଲାଲ ନିଜକୁ ରୋକି ପାରି ନଥିଲେ । ସେ ମଞ୍ଚ ତଳୁ ହିଁ ନୃତ୍ୟ କରିବା ଆରମ୍ଭ କରି ଦେଇଥିଲେ। ସାଙ୍ଗମାନେ ତାଙ୍କର ମୁହଁରେ ବେଲୁନ୍ ଲଗାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ । ସେ ନ ଉଠିବାରୁ ସାଙ୍ଗମାନେ କହିଲେ ଉଠିଯା ନାଟକ ବହୁତ ହେଇଗଲା । ତଥାପି ସେ ଉଠିଲେ ନାହିଁ ।

ଭୋପାଳର ଫରେନସିକ୍ ବିଶେଷଜ୍ଞ ଡାକ୍ତର ଅଶୋକ ବର୍ମା କହିଛନ୍ତି ଯୁବକଙ୍କୁ କରୋନାରିରେ ସମସ୍ୟା ଥାଇପାରେ। ହୃତପିଣ୍ଡ ଫେଲର୍ ମୃତ୍ୟୁର କାରଣ ହୋଇଥାଇପାରେ । ଅନେକ ସମୟରେ ଆବଶ୍ୟକତାରୁ ଅଧିକ କାର୍ଯ୍ୟ (ଓଭର୍ ଏକ୍ଚିଭିଟି) କରୋନାରି ଫେଲରର କାରଣ ହୋଇଥାଏ ।

ସମ୍ବନ୍ଧିତ ଖବର